Categories: ଫୁରସତ

ଗଛ କାଟିବା ଭଳି ଚୁଟି କାଟୁଛନ୍ତି ବ୍ୟକ୍ତି, ଶୈଳୀ ଦେଖି ଲୋକେ ତାଜୁବ; ଭିଡିଓ ଦେଖିଲେ…

ଚୁଟି କାଟିବାକୁ ଲୋକେ ସେଲୁନ୍‌କୁ ଯାଇଥାନ୍ତି। ବର୍ତ୍ତମାନ ସମୟରେ ଚୁଟିର ସାଜସଜ୍ଜା ତଥା କାଟିବା ଲାଗି ନାନାଦି ଉପାୟ ଆପଣାଯାଉଛି। ସେଥିରୁ କିଛି ଦେଖିଲେ ବେଶ ଅଜବ ଲାଗେ। ଏବେ ଏହି କ୍ରମରେ ଏକ ଚୁଟି କାଟିବା ଶୈଳୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି ଦେଖି କେହି ବି ଆଖିକୁ ବିଶ୍ୱାସ କରିପାରୁନାହାନ୍ତି।
ଭାଇରାଲ ଭିଡିଓରେ ବାରିକ ଏକ ବଡ କଇଁଚି ବ୍ୟବହାର କରିଛନ୍ତି। ତାଙ୍କୁ ଦେଖି ଲାଗୁଛି ଚୁଟି ନୁହେଁ ସେ ବଗିଚାର ମୋଟା ମୋଟା ଗଛକୁ କାଟୁଛନ୍ତି। ଏହା ,ବେ ବେଶ ଭାଇରାଲ ହେଉଥିବା ବେଳେ ଲୋକେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।
ଦେଖନ୍ତୁ ଭିଡିଓ:
Share