Categories: ଜାତୀୟ

ଖୋଲିଲା ସେଲୁନ: ପିପିଇ କିଟ୍‌ ପିନ୍ଧି କାଟିଲେ କେଶ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ପୂର୍ଣ୍ଣ ସୁରକ୍ଷାର ସହ କେଶ କାଟୁଥିବା କହିଛନ୍ତି। କେଶ କାଟିବା ପୂର୍ବରୁ ଏମାନେ ସମସ୍ତ ଉପକରଣକୁ ସାନିଟାଇଜ କରିବା ସହ ପ୍ରତି ୨ଘଣ୍ଟାରେ ଥରେ ସେଲୁନକୁ ସାନିଟାଇଜ କରାଯାଉଥିବା ସେଲୁନ ମାଲିକମାନେ କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସେଲୁନକୁ ସାନିଟାଇଜ କରିବା ସହ ଗ୍ରାହକଙ୍କ ଶରୀରର ତାପାମାତ୍ରା ଦେଖି ସେମାନଙ୍କୁ ଦୋକାନ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଛି। ଯେଉଁମାନେ ପୂର୍ବରୁ ଫୋନ୍‌ ମାଧ୍ୟମରେ ବୁକ୍‌ କରିଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି ସେଲୁନ ମାଲିକ। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୯,୧୩୩ରେ ପହଞ୍ଚିଥିବା ବେଳେ ୨୭,୧୩୪ ଜଣଙ୍କ ଚିକିତ୍ସା ଚାଲିଛି। ଦେଶ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଖରାପ ଥିବା ବେଳେ ଏଠାରେ କରୋନା ସଂକ୍ରମଣକୁ ନେଇ ଅଧିକ ସମୟ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

Share