୨୭.୫୭ କୋଟି ସଂଗ୍ରହକଲା ‘ବାର୍ବି’

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ରିଲିଜ୍‌ ହୋଇଥିବା ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ଅଭିନୀତ କମେଡି ଫିଲ୍ମ ‘ବାର୍ବି’ ଅନ୍ତର୍ଜାତୀୟ ବକ୍ସ ଅଫିସରେ ୧୮.୫୦ କୋଟି ଟଙ୍କା ସଂଗ୍ରହକରି ବିଶ୍ୱବ୍ୟାପୀ ମୋଟ ୨୭.୫୭ କୋଟି ଟଙ୍କାରେ ପହଞ୍ଚିଛି। ଉତ୍ତର ଆମେରିକାରେ ଏହି ମୁଭି ୧୫୫ ମିଲିୟନ ଡଲାର ଏବଂ ଅନ୍ୟ ଅନ୍ତର୍ଜାତୀୟ ମାର୍କେଟ୍‌ରୁ ୧୮୨ ମିଲିୟନ ଡଲାର ସଂଗ୍ରହ କରିଛି। ଗ୍ରେଟା ଗୱିଂଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବାର୍ବି’ ବିଗେଷ୍ଟ ଆରମ୍ଭ ମୁଭି ଭାବେ ଆମେରିକା ଏବଂ କାନାଡିଆନ୍‌ ମାର୍କେଟ୍‌ରେ ୧୫୫ ମିଲିୟନ୍‌ ଡଲାର ଆୟ କରି ରେକର୍ଡ କରିଛି। ଏହି ଚଳଚ୍ଚିତ୍ର ବାର୍ବି ଏବଂ ତାଙ୍କ ସାଥୀ ବାର୍ବିଙ୍କୁ ନେଇ ପ୍ରସ୍ତୁତ ହୋଇଛି। ଯେଉଁମାନେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ବାର୍ବିଲାଣ୍ଡରେ ରହୁଛନ୍ତି। ବାସ୍ତବ ଦୁନିଆକୁ ଯିବାକୁ ସୁଯୋଗ ପାଇଲେ ବାର୍ବି ଏବଂ କେନ୍‌ଙ୍କ ମଧ୍ୟରେ ହୋଇଥିବା ଆହ୍ବାନକୁ ଏଥିରେ ଦର୍ଶାଯାଇଛି। ମୁଭିରେ ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ବ୍ୟତୀତ କାଟେ ଏମ୍‌ସିକିନନ୍‌, ଆଲେକ୍ସଜାଣ୍ଡ୍ରା ସିପ୍‌, ଦୁଆ ଲିପା, ସିମୁ ଲିୟୁ, କିଙ୍ଗଲେ ବେନାଦିର୍‌, ରିତୁ ଆର଼୍ୟାଙ୍କ ସମେତ ଅନେକ କଳାକାର ଏଥିରେ ଅଭିନୟ କରିଥିଲେ। ଗୋଟିଏ ଦିନରେ ରିଲିଜ୍‌ ହୋଇଥିବା କ୍ରିଷ୍ଟୋଫର ନୋଲାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଓପେନହେମର’ ବିଶ୍ୱବ୍ୟାପୀ ୧୭୪.୨ ମିଲିୟନ ଡଲାର ସଂଗ୍ରହ କରିଛି।, ତେବେ ‘ଓପେନହେମର’ର କିଛି ଦୃଶ୍ୟକୁ ନେଇ ଏବେ ବିବାଦ ଦେଖାଦେଇଛି।

Share