ବାର୍ବି ହେବା ପାଇଁ ୭୩ ହଜାର ଡଲାର ଖର୍ଚ୍ଚ

କାନବେରା: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ତା’ ପାଇଁ ଲୋକେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏମିତି କିଛି ଲୋକ ଦୁନିଆରେ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର ଜରିଆରେ ନିଜ ଶରୀରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଅନ୍ତି। ଜର୍ମାନର ୨୧ ବର୍ଷୀୟା ଯୁବତୀ ଜେସି ବନ୍ନୀ। ଯେ ବାର୍ବି ଡଲ୍‌ ପରି ଦେଖାଯିବା ପାଇଁ ନିଜ ଅଙ୍ଗପ୍ରତ୍ୟଙ୍ଗର ଆକାର ରୂପରେଖ ବଦଳାଇଛନ୍ତି। ତାଙ୍କର ଏ ଅଜବ ନିଶା ପାଇଁ ପରିବାର ତାଙ୍କଠାରୁ ସବୁ ସମ୍ପର୍କ ଛିନ୍ନ କରିଛନ୍ତିି। ଏଥିଲାଗି ବର୍ତ୍ତମାନ ସୁଦ୍ଧା ଜେସ୍ସି ୭୩ ହଜାର ଡଲାର (ପାଖାପାଖି ୫୫,୮୪,୪୭୧) ଖର୍ଚ୍ଚ କରିସାରିଛନ୍ତି। ୩ଟି ବ୍ରେଷ୍ଟ୍‌ ସର୍ଜରି ସାଙ୍ଗକୁ ନାକ ଏବଂ ଓଠ ସର୍ଜରି ସେ କରିସାରିଛନ୍ତି। ଜେସିଙ୍କ ପ୍ରକୃତ ନାମ ଜେସିକା ହୋଇଥିବାବେଳେ ସେ ତାଙ୍କ ନାମ ବଦଳାଇ ଜେସି ବନ୍ନୀ ରଖିଛନ୍ତି। ଇନ୍‌ଷ୍ଟାଗ୍ରାମର ବାଇଓରେ ଫ୍ୟାଶନ ମଡେଲ ଭାବେ ନିଜ ପରିଚୟ ଦେଇଛନ୍ତି।
୧୭ ବର୍ଷ ବୟସରେ ଜେସି ନିଜ ଶରୀର ଗଠନ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଡାଇଭିଂ ଶିଖିବା ପାଇଁ ପରିବାରଠାରୁ ଆଣିଥିବା ଅର୍ଥରେ ସେ ପ୍ରଥମ ବ୍ରେଷ୍ଟ୍‌ ସର୍ଜରି କରିଥିଲେ। ଜେସିଙ୍କ ଏ ପ୍ରକାର ନିଷ୍ପତ୍ତିରେ କିନ୍ତୁ ପରିବାର ଲୋକେ ଖୁସି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଘରଛାଡ଼ି ଅଲଗା ରହିବାକୁ ପଡ଼ିଥିଲା। ଜେସ୍ସିଙ୍କ ଏ ପ୍ରକାର ରୁଚି ପାଇଁ ତାଙ୍କ ଭାଇ ଓ ଜେଜେମା’ ଜେଜେବାପା ଜେସ୍ସିଙ୍କ ଫୋନ୍‌ କଲ୍‌ ବ୍ଲକ୍‌ କରିବା ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି, ଯାହାକୁ ନେଇ ସେ ଦୁଃଖିତ ଥିବା କହିଛନ୍ତି।

Share