ବିଶ୍ୱବ୍ୟାପୀ ୧୦୦ କୋଟି ଡଲାର ଆୟ କଲା ‘ବାର୍ବି’

ମୁମ୍ବାଇ: ମାର୍ଗଟ ରୋବି ଏବଂ ଆରୟନ୍‌ ଗ୍ଲସିଂଙ୍କ ଅଭିନୀତ ଫାଣ୍ଟାସି କମେଡି ଫିଲ୍ମ ‘ବାର୍ବି’ ରିଲିଜ୍‌ ହେବାର ତୃତୀୟ ସପ୍ତାହରେ ବିଶ୍ୱବ୍ୟାପି ବକ୍ସ ଅଫିସରେ ୧ ବିଲିୟନ୍‌ ଡଲାର ଅତିକ୍ରମ କରିଛି। ଏନେଇ ଫିଲ୍ମ ନିର୍ଦ୍ଦେଶକ ଗ୍ରେଟା ଗେରୱିଗ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଆମର ବାର୍ବି ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଅବିଶ୍ୱସନୀୟ ବାର୍ବି ଏବଂ କେନ୍‌ ଏଠାରେ ଅଛନ୍ତି। ବିଶ୍ୱବ୍ୟାପୀ ବକ୍ସ ଅଫିସରେ ଏହି ମୁଭି ୧ ବିଲିୟନ୍‌ ଡଲାର ଅଂଶୀଦାର କରିବାକୁ ଆମେ ଆଗ୍ରହୀ’। ରିପୋର୍ଟ ମୁତାବକ, ଗ୍ରେଟା ପ୍ରଥମ ମହିଳା ନିର୍ଦ୍ଦେଶକ ଭାବେ ଏହି ମାଇଲଖୁଣ୍ଚ ଅତିକ୍ରମ କରିଥିବାବେଳେ ୫ମ ମହିଳା ନିର୍ଦ୍ଦେଶକ ଭାବେ ୧ ବିଲିୟନ୍‌ ଡଲାର ଅତିକ୍ରମ କରିଛନ୍ତି। ଆମେରିକାର ଘରୋଇ ବିତରଣର ସଭାପତି ଜେଫ ଗୋଲ୍ଡଷ୍ଟେନ୍‌ କହିଛନ୍ତି, ଗ୍ରେଟାଙ୍କ ବ୍ୟତୀତ ଅନ୍ୟ କେହି ଏପରି ମଜାଳିଆ, ସୁପରହିଟ୍‌, ଭାବପ୍ରବଣତା, ଚିତ୍ତାକର୍ଷକ କାହାଣୀକୁ ଜୀବନ୍ତ ରୂପ ଦେଇପାରି ନାହାନ୍ତି। ସେ କହିଛନ୍ତି, କରୋନା ଲକ୍‌ଡାଉନ ପରେ କ୍ଷତିଗ୍ରସ୍ତ ହୋଇଥିବା ସିନେମା ଜଗତରେ ପୁଣି ଲମ୍ବା ଲାଇନ ଦୃଶ୍ୟ ପୁନରାବୃତ୍ତି ହୋଇଛି। ଗୋଲାପୀ ରଙ୍ଗର ଏହି ଚଳଚ୍ଚିତ୍ର ସମାଲୋଚକଙ୍କ ଦ୍ୱାରା ବେଶ ପ୍ରଶଂସା ପାଇଛି। ଘରୋଇ ଭାବରେ ପ୍ରାୟ ୫୭୨ ମିଲିୟନ୍‌ ଡଲାର ଆୟ କରିଛି। ର୍ବfର୍ବି ରିଲିଜ୍‌ ଦିନ ୭୦.୫ ମିଲିୟନ୍‌ ଡଲାର ଆୟ କରିଥିବାବେଳେ ସପ୍ତାହକ ମଧ୍ୟରେ ୧୫୫ ମିଲିୟନ୍‌ ଡଲାର ଆୟ କରିଥିଲା।

Share