Categories: ମେଟ୍ରୋ

ବରଦା ପ୍ରସନ୍ନ ଦାସ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର ୨୪।୯(ବ୍ୟୁରୋ)- ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦୀର୍ଘଦିନ ଧରି ଖାଲିଥିବା ଅତିରିକ୍ତ ନିର୍ଦ୍ଦେଶକ ପଦ ପୂରଣ କରାଯାଇଛି। ଯୁଗ୍ମ ନିର୍ଦ୍ଦେଶକ ଥିବା ବରଦା ପ୍ରସନ୍ନ ଦାସଙ୍କୁ ପଦୋନ୍ନତି ଦେଇ ଉକ୍ତ ପଦବୀରେ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଟିଟିଲାଗଡ଼ରେ ୧୯୮୪ରୁ ୧୯୯୦ ପର୍ଯ୍ୟନ୍ତ ଅବସ୍ଥାନ କରି ଓଡ଼ିଶା ସୂଚନା ସେବାରେ ଚାକିରି ଆରମ୍ଭ କରିଥିଲେ। ଏହାପରେ ନୟାଗଡ଼, ଜୟଦେବ ଭବନ, କଟକ, ବାଙ୍କୀ, ଅନୁଗୋଳ, ଦେବଗଡ, ଭୁବନେଶ୍ୱର ଖୋର୍ଦ୍ଧା ଜିଲାରେ ନିଜ ଦାୟିତ୍ୱ ସହ ସଂସ୍କୃତି ଅଧିକାରୀଭାବେ ସୁଚାରୁରୂପେ କାର୍ଯ୍ୟ ତୁଲାଇଛନ୍ତି। ଦାସ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ପଦୋନ୍ନତି କମିଟି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉନ୍ନୟନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଶାସନ ସଚିବ ସଞ୍ଜୟ ସିଂ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପ୍ରମୁଖ ସଭ୍ୟ ଥିଲେ।

Share