Categories: ଫୁରସତ

ବର୍ଷ ବର୍ଷ ଧରି ଚପଲ ପିନ୍ଧୁ ନ ଥିଲେ ଏହି ବ୍ୟକ୍ତି; ମଇଳା ପାଦ ତାଙ୍କୁ କରିଦେଲା ମାଲାମାଲ

ଖାଲି ପାଦରେ ଚାଲିବାର ଅନେକ ଲାଭ ଅଛି, କିନ୍ତୁ ଜଣେ ବ୍ୟକ୍ତି ଖାଲି ପାଦରେ ଚାଲିବା ଦ୍ୱାରା ଟଙ୍କା ରୋଜଗାର କରିପାରିବ କି? ଏହା ପ୍ରଶ୍ନର ଉତ୍ତର ଅବଶ୍ୟ ନା ଆସିବ, କିନ୍ତୁ ଏହାକୁ ହଁ କରି ଦେଖାଇଛନ୍ତି ଜର୍ଜ ଉଡଭିଲେ ନାମକ ଜଣେ ବ୍ୟକ୍ତି।
କେମ୍ବ୍ରିଜର ବାସିନ୍ଦା ଜର୍ଜ ଉଡଭିଲେ ଗତ ତିନିବର୍ଷ ଧରି ଜୋତା ଏବଂ ଚପଲ ପିନ୍ଧିବା ଛାଡି ଦେଇଛନ୍ତି। ସେ ଖାଲି ପାଦରେ ଚାଲନ୍ତି ଏବଂ ତା’ପରେ ତାଙ୍କର ମଇଳା ପାଦର ଫଟୋ ଉଠାଇ ଏକ ସବସ୍କ୍ରିପସନ ସାଇଟରେ ପୋଷ୍ଟ କରନ୍ତି। କେବଳ ଏତିକି ନୁହେଁ, ସେ ନିଜର ମଇଳା ପାଦର ଫଟୋରୁ ମାସକୁ ୫୦୦ ରୁ ୧୦୦୦ ପାଉଣ୍ଡ ରୋଜଗାର କରନ୍ତି, ଯାହାର ଭାରତୀୟ ମୂଲ୍ୟ ୫୦ ହଜାରରୁ ୧ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ସେମାନଙ୍କର ମଇଳା ପାଦର ଫଟୋ ଦେଖିବା ପାଇଁ ତାଙ୍କୁ ଟଙ୍କା ମଧ୍ୟ ଦିଅନ୍ତି।
ଜର୍ଜ ଟଙ୍କା ରୋଜଗାର କରିବା ପାଇଁ ଖାଲି ପାଦରେ ଚାଲନ୍ତି ନାହିଁ। ପ୍ରକୃତରେ ସେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ। ଏହାର ସାମ୍ନା କରିବାକୁ ସେ ଖାଲି ପାଦରେ ଚାଲିବାକୁ ସ୍ଥିର କଲେ। ଖାଲି ପାଦରେ ଚାଲିବା ହୃଦୟ, ମାନସିକ ସ୍ବାସ୍ଥ୍ୟ ଏବଂ ମାଂସପେଶୀ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଜର୍ଜ କହନ୍ତି, ୨୦୨୧ରେ ଜୋତା ଏବଂ ଚପଲ ନ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ତାଙ୍କ ପରିବାର ଭାବିଥିଲେ ଯେ ସେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛନ୍ତି, କିନ୍ତୁ ଆଜି ଜର୍ଜ ଏହାକୁ ରୋଜଗାରର ଏକ ମାଧ୍ୟମ କରିଛନ୍ତି।
ଜର୍ଜ କେବଳ ଜଣେ ନୁହଁନ୍ତି ଯିଏ ଜୋତା ଏବଂ ଚପଲ ଛାଡି ଦେଇଛନ୍ତି, ତାଙ୍କ ସହିତ ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଜୋତା ଏବଂ ଚପଲ ପିନ୍ଧନ୍ତି ନାହିଁ।

Share