ବରଗଡ଼ ବିଧାନସଭା: ୪ର୍ଥ ରାଉଣ୍ଡରେ ଭାଜପାକୁ ପଛରେ ପକାଇଲା ବିଜେଡି

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍‌ ଗଣତି ଜାରି ରହିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡରେ ବିଜେଡି ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାକୁ ପଛରେ ପକାଇଛି। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କୁ ୧୯ହଜାର ୨୨ଖଣ୍ଡ ଭୋଟ୍‌ ମିଳିଛି। ଅପରପକ୍ଷରେ ଭାଜପା ପ୍ରାର୍ଥୀ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କ ସପକ୍ଷରେ ୧୮ହଜାର ୭୨୪ ଖଣ୍ତ ଭୋଟ୍‌ ପଡ଼ିଛି। କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶଙ୍କୁ ୧୯୩୪ ଖଣ୍ଡ ଭୋଟ୍‌ ମିଳିଛି।

Share