
ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ଶନିବାର ଚାଲିଛି ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ। ଏଥିପାଇଁ ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥର ସଂଘର ସଭାପତି ପଦବୀ ପାଇଁ ବେଲାଳସେନ ସରାଫ, ଭୀଷ୍ମଦେବ ସରାଫ, ପ୍ରକାଶ କୁମାର ପଟ୍ଟନାୟକ ଓ ଶଶିଭୂଷଣ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉପସଭାପତି ପଦବୀରେ ହେମନ୍ତ କୁମାର ପୁରୋହିତ, ସନ୍ତୋଷ କୁମାର ଦାଶ ଓ ଉତ୍ତର କୁମାର ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ସମ୍ପାଦକ ପଦବୀ ପାଇଁ କାଳୀଚରଣ ଦାଶ ଓ ଲଲାଟେନ୍ଦୁ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଯୁଗ୍ମ ସମ୍ପାଦକ ପଦବୀ ପାଇଁ ବୈକୁଣ୍ଠ ପ୍ରସାଦ ଷଡ଼ଙ୍ଗୀ, ଦିବସ କୁମାର ସରାଫ, ରାଜେନ୍ଦ୍ର ମହାନ୍ତି ଓ ରଶ୍ମୀରେଖା ସାହୁ ନିର୍ବାଚନ ମଇଦାନରେ ରହିଛନ୍ତି। ସେହିଭଳି କାର୍ଯ୍ୟକାରୀ କମିଟି କ୍ୟାଟାଗୋରୀ ପାଇଁ ଅନନ୍ତ କୁମାର ମଜୁମଦାର, ବୀରେନ୍ଦ୍ର ହାତୀ, ମତ୍ୟୁଞ୍ଜୟ ପଣ୍ଡା ଓ ପ୍ରମୋଦ କୁମାର ସାହୁ ମଇଦାନରେ ଥିବାବେଳେ କ୍ୟାଟାଗୋରୀ ୩ ପାଇଁ ଆଶୁତୋଷ ରଥ, ମମତାଜ ବେଗମ ଓ ଶଙ୍କର ପ୍ରସାଦ ପୃଷେଠ ପ୍ରାର୍ଥୀ ରହିଛନ୍ତି।
ପ୍ରକାଶଥାଉକି, ସଂଘର କାର୍ଯ୍ୟକାରୀ କମିଟିର କ୍ୟଟାଗୋରୀ-୨ ପାଇଁ ଦେବେନ୍ଦ୍ର ରଞ୍ଜନ ସାହୁ ଏବଂ ଅନୁପ ଶତପଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଯାଇଛି।