ବରଗଡ଼ ଧନୁଯାତ୍ରା: ରିହର୍ସାଲ ଆରମ୍ଭ କଲେ କଳାକାର

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚଳିତ ମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାକାରମାନେ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି। ସୋମବାରଠାରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟ କଲ୍ୟାଣ ମଣ୍ଡପ ପରିସରରେ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଧନୁଯାତ୍ରା ମହୋତ୍ସବ କଳାକାର ଉପଦେଷ୍ଟା କମିଟିର ଆବାହକ ତଥା ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହା ଏହାର ଶୁଭାରମ୍ଭ କରିଥିଲେ। ଏହାପରେ କଳାକାର ଉପଦେଷ୍ଟା କମିଟିର ସହ ଆବାହକ ଅଶୋକ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଉଗ୍ରସେନ, କଂସଙ୍କଠାରୁ ଆରମ୍ଭ କରି ବିଭିନ୍ନ ଚରିତ୍ରର କଳାକାରମାନେ ରିହର୍ସାଲ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ କଳାକାର ଉପଦେଷ୍ଟା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୩।୧୨: ସତ୍ୟନଗର ସ୍ଥିତ ଏକ ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରଭାବ ବହୁତ ଅଧିକ ଥିବା ଅବେଳେ ଏଥିରେ ଗୋଦାମରେ ଥିବା ସାମଗ୍ରୀ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri