ବରଗଡ଼ ଧନୁଯାତ୍ରା ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ: ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ମଥୁରାନଗରୀ ବରଗଡ଼ର ମାଟି ଐତିହ୍ୟ ସମ୍ପନ୍ନ। ଏଠାକାର କଳା, ସାହିତ୍ୟ, ସଂସ୍କୃତି ରାଜ୍ୟକୁ ଗୌରବାନ୍ବିତ କରିଛି। ଏ ମାଟିର ଲୋକନାଟକ ଧନୁଯାତ୍ରା ସମଗ୍ର ବିଶ୍ୱରେ ପରିଚିତ ଏବଂ ଆମ ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ ବୋଲି ରବିବାର ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ ରାଜ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୧୯୪୮ ଜାନୁୟାରୀ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିଲା। ଆଉ କଂସ ମହାରାଜଙ୍କ ନିମନ୍ତ୍ରଣକ୍ରମେ ଠିକ୍‌ ସେହି ତାରିଖରେ ରାଜ ଦରବାରରେ ଉପସ୍ଥିତି ଏକ ସୌଭାଗ୍ୟ ମୁହୂର୍ତ୍ତ। କଳିଙ୍ଗ ରାଜ୍ୟ ତଥା ଓଡ଼ିଶା ପ୍ରଦେଶରେ ଯେଉଁ ନୂଆ ସରକାର ଗଠନ ହେଲା ସେହି ସରକାରର ନୂଆ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ପରିଷଦ ମଧ୍ୟ ଜୁନ୍‌ ମାସ ୧୨ତାରିଖରେ ଶପଥ ଗ୍ରହଣ କରିଥଲେ। ତାକୁ ଆଜି ଠିକ୍‌ ୭ ମାସ ପୂରିଛି ଏବଂ ଏଥିପାଇଁ ମଧ୍ୟ ନିଜକୁ ଧନ୍ୟ ମଣୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ, ଧନୁଯାତ୍ରା ଆମ ମାଟିର ମହକ। ଆମ ଇତିହାସର ମୁଖଶାଳା। ଏହା କେବଳ ପଶ୍ଚିମ ଓଡ଼ିଶାର ପାର୍ବଣ ନୁହେଁ, ସମଗ୍ର ଓଡ଼ିଶାର ସ୍ବାଭିମାନ। ପୂର୍ବ ସରକାର ଧନୁଯାତ୍ରାକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଥିଲେ। କିନ୍ତୁ ନୂଆ ସରକାର ଚଳିତବର୍ଷ ମଥୁରାନଗରୀର ପ୍ରଜାମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ମହୋତ୍ସବକୁ ଭବ୍ୟ, ଆକର୍ଷିତ କରିବା ପାଇଁ ସହାୟତା ରାଶିକୁ ୧କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର, ପ୍ରସାର ବ୍ୟାପକ କରିବାକୁ ବ୍ୟୟ ବରାଦ କରାଯିବା ସହିତ ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ମହୋତ୍ସବରେ ଅଭିନୟ କରୁଥିବା ୧୭୦କଳାକାରଙ୍କୁ ପ୍ରଥମଥର ପାଇଁ ୧୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।

କେବଳ ସେତିକି ନୁହେଁ, ଆଗାମୀ ଏକବର୍ଷ ମଧ୍ୟରେ ୧୨କୋଟି ୮୦ଲକ୍ଷ ଟଙ୍କାରେ ଧନୁଯାତ୍ରାର ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ସେହିପରି ଧନୁଯାତ୍ରାରେ ଯମୁନା ପାଲଟୁଥିବା ଜିରା ନଦୀ ଉପରେ ୮୦କୋଟି ଟଙ୍କା ବ୍ୟୟ ଅଟକଳରେ ଆନିକଟ ନିର୍ମାଣ, ୩୦କୋଟି ଟଙ୍କା ବ୍ୟୟ ଅଟକଳରେ ମଥୁରାନଗରୀ କେନାଲର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଧନୁଯାତ୍ରାର ସ୍ମରଣିକା ‘ଧନୁଷ୍ପ୍ରଭା’ ଉନ୍ମୋଚନ ସହିତ ଗତ ମାଟ୍ରିକ ପରୀକ୍ଷାରେ ଜିଲାରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିବା ଛାତ୍ରୀଛାତ୍ର ଏବଂ ଏପର୍ଯ୍ୟନ୍ତ ଚଳିତ ଧନୁଯାତ୍ରାରେ ଅଭିନୟ ସାରିଥିବା କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।

ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଜିଲାପାଳ ଆଦିତ୍ୟ ଗୋୟଲ, ଏସ୍‌ପି ପି.ଏସ୍‌ ମୀନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ମିଳିବ ପ୍ରୋତ୍ସାହନ: ସରକାରୀ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର,୨।୪: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁବାର ହସ୍ତତନ୍ତ ପୋଷାକ...

ପ୍ରଥମେ ସିରାଜ ପରେ ବଟଲରଙ୍କ ଝଡ଼, ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କଲା ଗୁଜୁରାଟ

ବେଙ୍ଗାଲୁରୁ,୨।୪: ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି। ଆଇପିଏଲ ୨୦୨୫ରେ, ଆରସିବି ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ...

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image