Advertisement

ବରଗଡ଼ ଧନୁଯାତ୍ରା :ସ୍ଥାପନ ହେଲା ଶୁଭସ୍ତମ୍ଭ

ବରଗଡ଼ ଅଫିସ,୨୫।୧୧: ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁକ୍ରବାର ସାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ସା ୫ଟା ୩୦ ମିନିଟ୍‌ରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସ୍ଥାନୀୟ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀ ଅଭିମୁଖେ ବାହାରିଥିଲା । ସଞ୍ଚାର ମଣ୍ଡଳୀକୁ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ମୋନିଷା ବାନାର୍ଜୀ ଏବଂ କାର୍ଯ୍ୟକାରୀ ସଭାପତି ତଥା ଏସପି ସ୍ମିତ୍‌ ପି. ପରମାର୍‌ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହା ସହ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଶୁଭସ୍ତମ୍ଭ ସ୍ଥାପନ ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଂସ ଅଭିନେତା ହୃଷିକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଡିସେମ୍ବର ୨୭ତାରିଖରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ ଏବଂ ୨୦୨୩ ମସିହା ଜାନୁଆରୀ ୬ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share