ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ ହେବ। ତେବେ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ କଂସ ଅଭିନେତା ହୃଷୀକେଶ ଭୋଇ ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ ଅଭିନୟ କରି ହୃଷୀକେଶ ବିବାଦ ଘେରକୁ ଆସିଥଲେ। ମାତ୍ର ସେତେବେଳେ କ୍ଷମା ପ୍ରାର୍ଥନା କରିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପୁଣି ତାଙ୍କୁ କଂସ ଅଭିନୟର ସୁଯୋଗ ଦେଇଥିଲା। କିନ୍ତୁ ଏଥର ଅଭିନୟ ନୁହେଁ, ତାଙ୍କ ପେସାକୁ ନେଇ ସେ ବିବାଦୀୟ ହୋଇ ପଡ଼ିଛନ୍ତି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଜିଲା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ସେ ଜଣେ ମୃତକଙ୍କଠାରୁ ୩ହଜାର ଟଙ୍କା ନେଇ ନିଜ ପେସାରେ କଳାଦାଗ ବୋଳି ବିବାଦ ଘେରକୁ ଆସିଛନ୍ତି। ଅଭିଯୋଗ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରୁଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୂପମା ଷଡ଼ଙ୍ଗୀ କହିଛନ୍ତି, ସେ ନେଇ ହୃଷୀକେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଫିଲ୍ଡ ଭିଜିଟ୍‌ ପାଇଁ ଏକ ଟିମ୍‌ ଗଠନ କରାଯାଉଛି। ଏହି ଟିମ୍‌ରେ ସ୍ବାସ୍ଥ୍ୟ ବିଭାଗର ୩ଜଣ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ରହିବେ। ଉକ୍ତ ଟିମ୍‌ ଫିଲ୍ଡ ଭିଜିଟ୍‌ ପରେ ଯେଉଁ ତଦନ୍ତ ରିପୋର୍ଟ ଦେବେ, ତାକୁ ଆଧାର କରି ନିଶ୍ଚିତ କାର୍ଯାନୁଷ୍ଠାନ ନିଆଯିବ। ଅନ୍ୟପଟେ ହୃଷୀକେଶଙ୍କୁ ପଚାରିବାରୁ ସେ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି ଏବଂ କିଭଳି ଭାବେ ମହାପ୍ରୟାଣ ଗାଡ଼ିଭଡ଼ା ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ଆଣିଲେ, ସେ ମଧ୍ୟ ଭାବି ପାରୁ ନାହାନ୍ତି। ସେହି ଟଙ୍କା ସେ ମୃତକଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦେଇଛନ୍ତି ଏବଂ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିଜ ସ୍ପଷ୍ଟୀକରଣ ଦେଇଥିବା ହୃଷୀକେଶ କହିଛନ୍ତି।

ତେବେ ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କୁହାଯାଉଥିବାବେଳେ ଏହି ମହୋତ୍ସବରେ କଂସ ଅଭିନୟ କରୁଥିବା ହୃଷୀକେଶଙ୍କ ସେଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି। ହୃଷୀକେଶଙ୍କ ଏଭଳି କାର୍ଯ୍ୟ ଯୋଗୁ ଜିଲା ସ୍ବାସ୍ଥ୍ୟ ବିଭାଗ ତଥା ସରକାର ଗୋଟିଏ ପଟେ ବଦନାମ ହେଉଥିବାବେଳେ ବରଗଡ଼ ଧନୁଯାତ୍ରା ମହୋତ୍ସବର ଗାରିମା ମଧ୍ୟ କ୍ଷୂଣ୍ଣ ହେଉଥିବା ସାଧାରଣରେ ମତପ୍ରକାଶ ପାଉଛି। ଏଭଳି ସ୍ଥଳେ ହୃଷୀକେଶଙ୍କୁ ଆଉ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୁଯୋଗ ନ ଦେବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ଦାବି ଜୋର୍‌ ଧରୁଛି। ଅନ୍ୟପଟେ ଏନେଇ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ କହିଛନ୍ତି, କଂସ କଳାକାର ଥରେ ଚୟନ ହେଲେ କ୍ରମାଗତ ୩ବର୍ଷ ଅଭିନୟ କରି ପାରିବେ। ହୃଷୀକେଶଙ୍କ କ୍ରମାଗତ ୩ ବର୍ଷ ପୂରି ନାହିଁ। ତାଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି, ସେ ନେଇ ସମ୍ପୃକ୍ତ ବିଭାଗ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ। କଂସ କଳାକାର ବଦଳିବା ନେଇ ସେଭଳି କିଛି ନିଷ୍ପତ୍ତି ହୋଇିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri