ବରଗଡ଼ ଅଫିସ,୬।୨: ବରଗଡ଼ ଜିଲାରେ ଶନିବାର କୋଭିଡ ଟିକାକରଣ ଚାଲିଛି। ଜିଲାପାଳଙ୍କ ଅଫିସ ପରିସରରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଥମେ ଟିକା ନେଇଥିଲେ।
ସେହିପରି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଏସ୍ପି ପଦ୍ମିନୀ ସାହୁ ପ୍ରଥମେ କୋଭିଡ ଟିକା ନେଇଥିଲେ। ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ଏବଂ ଚଳିତ ମାସ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଚଲିବ। ଏହି ୨ଟି ପର୍ଯ୍ୟାୟରେ ସମୁଦାୟ ୪୨୧୩ ଜଣଙ୍କୁ ଟିକା ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।