ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଆବେଦନକାରୀ ବିଜୁ ବାଗ୍‌ଙ୍କ ପକ୍ଷରୁ ରୁଜୁ ମାମଲାର ରାୟ ପ୍ରକାଶ କରି ହାଇକୋର୍ଟର ବିଚାରପତି ଡ. ଏସ୍‌. କେ. ପାଣିଗ୍ରାହୀ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। କ୍ଷତିପୂରଣ ଅର୍ଥରାଶିକୁ ଦୋଷୀ ଅଧିକାରୀଙ୍କ ଦରମାରୁ ଭରଣା କରିବାକୁ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ମଧ୍ୟ ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ଦୋଷୀ ଅଧିକାରୀଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧିନ ମାମଲାର ତ୍ୱରିତ ଶୁଣାଣି କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୦୧୫ ମସିହା ଜୁଲାଇ ୧୭ ତାରିଖର ଘଟଣା। ଏକ ବଳାତ୍କାର ଅଭିଯୋଗ ମାମଲାରେ ଫେରାର ଥିବା ନିଜ ପୁଅ ସମ୍ପର୍କରେ ଜାଣିବା ପାଇଁ ବରଗଡ଼ ଜିଲାର ଡେକୁଲ୍‌ବା ଗାଁର ୫୪ ବର୍ଷୀୟ ମାଖୁନ୍‌ ବାଗ୍‌ ଭେଡେନ୍‌ ଥାନାକୁ ଯାଇଥିଲେ। ମାଖୁନ୍‌ ବାଗ୍‌ ଗ୍ରାମରକ୍ଷୀଙ୍କଠାରୁ ସୂଚନା ପାଇ ଭେଡେନ୍‌ ଥାନାର ତତ୍‌କାଳୀନ ଅଫିସର୍‌ ଇନ୍‌ ଚାର୍ଜ ସୁଶୀଲ୍‌ କୁମାର ନାୟକଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରିନଥିଲେ କି ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ଏହି ଘଟଣାରେ ପୋଲିସ୍‌ର ଭୂମିକା ସନ୍ଦେହ ସୃଷ୍ଟି କରିଥିଲା। ଫଳରେ ମାଖୁନ୍‌ବାଗ୍‌ଙ୍କ ପତ୍ନୀ ସାହେବାଣୀ ବାଗ୍‌ ୨୦୧୫ ମସିହା ସେପ୍ଟେମ୍ବର ୪ ତାରିଖରେ ବରଗଡ଼ ଏସ୍‌ପିଙ୍କୁ ଭେଟିବା ସହ ମାଖୁନ୍‌ ବାଗ୍‌ ଭେଡେନ୍‌ ଥାନାକୁ ଆସି ଆଉ ଘରକୁ ଫେରିନଥିବା ଅଭିଯୋଗ କରିଥିଲେ। ହେଲେ ଏଥିରେ କିଛି ସୁଫଳ ମିଳିନଥିଲା। ଫଳରେ ମାଖୁନ୍‌ ବାଗ୍‌ର ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ଭେଡେନ୍‌ ଥାନା ଘେରାଉ କରିବା ସହ ନିଖୋଜ ମାଖୁନ୍‌ ବାଗ୍‌କୁ ତୁରନ୍ତ ଖୋଜିବାକୁ ଦାବି କରିଥିଲେ। ଖୋଜିବା ପାଇଁ ପୋଲିସ ପ୍ରତିଶ୍ରୁତି ଦେବାର ୮ ଦିନ ପରେ ସୁବର୍ଣ୍ଣପୁର ଜିଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟକାଣୀ ମନ୍ଦିର ନିକଟ ଜଙ୍ଗଲରେ ଏକ ଶବ ପଡ଼ିଥିବାର ଖବର ମିଳିଥିଲା। ଶବ ନିକଟରେ ପଡ଼ିଥିବା ଲୁଗାପଟାରୁ ଏହା ମାଖୁନ୍‌ବାଗ୍‌ର ଶବ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ଶବର ଡିଏନ୍‌ଏ ପରୀକ୍ଷା ରିପୋର୍ଟରୁ ମଧ୍ୟ ଏହା ପ୍ରମାଣିତ ହୋଇଥିଲା। ୨୦୧୫ ସେପ୍ଟେମ୍ବର ୨୪ ତାରିଖରେ ମୃତକଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଉଲୁଣ୍ଡା ଥାନାରେ ଭେଡେନ୍‌ ଥାନା ପୋଲିସ୍‌ ବିରୋଧରେ ଦାୟର ଅଭିଯୋଗକୁ ଭିତ୍ତି କରି ଆଇପିସିର ୩୦୨/୨୦୧ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ଉଲୁଣ୍ଡା ଥାନା ପୋଲିସ୍‌ ଏହି ମାମଲାରେ ଭେଡେନ୍‌ ଥାନାର ପୋଲିସ୍‌ ଅଧିକାରୀ ସୁଶିଲ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ପୋଲିସ ବିରୋଧରେ ପୋଲିସର ତଦନ୍ତକୁ ଭରସା କରିନପାରି ମୃତକଙ୍କ ପରିବାର ପକ୍ଷରୁ ମାମଲାର ସିବିଆଇ ତଦନ୍ତ ସହ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri