ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କ କାର୍ଯ୍ୟାଳୟ ଘେରିଲେ ବରଗଡ଼ ଚାଷୀ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଲୋ’ ଭୋଲଟେଜ୍‌ ଓ ପାୱାର୍‌ କଟ ସମସ୍ୟା ନେଇ ମଙ୍ଗଳବାର ଭଟଲିସ୍ଥିତ ବିଦ୍ୟୁତ୍‌ ଏସ୍‌ଡିଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏସ୍‌ଡିଓଙ୍କ ଅନୁପସ୍ଥିତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦାବିପତ୍ର ଗ୍ରହଣ କରିଥିଲେ। ଜଳସେଚନର କୌଣସି ସୁବିଧା ନଥିବାରୁ ଏହି ଅଞ୍ଚଳର କୃଷକମାନେ ଗଭୀର ନଳକୂପ ଉପରେ ନିର୍ଭର କରି କୃଷିକାର୍ଯ୍ୟ କରି ନିଜ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଚଳିତ ବର୍ଷ କ୍ରମାଗତ ବିଜୁଳି କାଟ, ଲୋ ଭୋଲ୍ଟେଜ୍‌ ଏବଂ ପାୱାର କଟ୍‌ ଯୋଗୁ ଧାନ ଫସଲ ନଷ୍ଟ ହେବା ସହିତ ପନିପରିବା ଫସଲ ନଷ୍ଟ ହେବାକୁ ଯାଉଛି। ଦିନକୁ ୬ରୁ ୮ଘଣ୍ଟା ପାୱାର କଟ୍‌ ହେଉଥିବାବେଳେ ଲୋ ଭୋଲଟେଜ୍‌ କାରଣରୁ ଗଭୀର ନଳକୂପରୁ ପାଣି ବାହାରୁ ନାହିଁ। ଅନେକ ଚାଷୀଙ୍କ ମୋଟର୍‌ ପୋଡିଯାଉଛି। ଫଳରେ ଚାଷ ଜମି ଫାଟି ଧାନ ଫସଲ ନଷ୍ଟ ହେବାକୁ ଯାଉଛି ବୋଲି ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଯଦି କୌଣସି ଚାଷୀର ବିଜୁଳି ସମସ୍ୟା ଜନିତ ଫସଲ ନଷ୍ଟ ହୁଏ, ବିଦ୍ୟୁତ ବିଭାଗ ଦାୟୀ ରହିବେ ବୋଲି ଲିଖିତ ଅଭିଯୋଗ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ବ୍ଲକ ସମ୍ପାଦକ ମିନିଷ୍ଟର ବାରିକ, ବିଜୟ ପ୍ରଧାନ, ଜନ୍ମେଞ୍ଜୟ ଠାକୁର, ଅକ୍ଷୟ ପ୍ରଧାନ, ଭରତ ଚନ୍ଦ୍ର ନାୟକ, ରେବତି କାନ୍ତ ବେହେରା, ନ୍ଯଯଯାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ...

ବିଶ୍ୱ ଏକତା, ବିଶ୍ୱାସର ବିକାଶ ପାଇଁ ରାଜଯୋଗ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ସ୍ତ୍ରୀଙ୍କୁ ମର୍ଡର କରିବାକୁ ଆସି ବାପଘର ଲୋକଙ୍କ ପାଲଟା ଆକ୍ରମଣରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଜଟଣୀ,୨୭ା୪: ଖୋର୍ଦ୍ଧା ଜିଲା ଜଟଣୀ ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶ୍ବଶୁର ଘରେ ଶାଶୁ, ସ୍ତ୍ରୀକୁ ଆକ୍ରମଣ ବେଳେ...

ବାହାଘର ଭୋଜି ଖାଇବାକୁ ଯାଇ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଗଲା

ନୟାଗଡ଼,୨୭ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ନୂଆଗାଁ ଥାନା...

ବାହାଘରରେ ଯୋଗ ଦେବାକୁ ଯାଉଥିଲେ, ହାଇଓ୍ବା ସହ ଧକ୍କାରେ ଚାଲିଗଲା ୪ ବର୍ଷ ପୁଅର ଜୀବନ; ମା’ବାପାଙ୍କ ସହ ୩ ଗୁରୁତର

ବଲାଙ୍ଗୀର,୨୭।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼-ଘସିଆନ-ଲରମ୍ଭା ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବାକୁ ପଛପଟୁ ଏକ ବାଇକ ଧକ୍କା...

ରକ୍ତ ସମ୍ପର୍କ ଭୁଲିଗଲେ… ଗାଁ ଦାଣ୍ଡରେ ସାନ ଭାଇକୁ ବାନ୍ଧି ପିଟି ପିଟି ମାରିଦେଲେ ବଡ଼ ଭାଇ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ୍ୟୁବରଣ...

ଗଞ୍ଜାମରେ ଚାଞ୍ଚଲ୍ୟ: ୨ ଭାଇଙ୍କୁ ପିଟିପିଟି ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ

ବେଗୁନିଆପଡା,୨୭।୪(ସୁଶାନ୍ତ ପଟ୍ଟନାୟକ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ଜିଲାରୂ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image