ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର

ବରଗଡ,୩।୪(ପ୍ରେମାନନ୍ଦ ଖମାରୀ) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪, ଓଡ଼ିଆ ନବବର୍ଷ ଯାଏ ପ୍ରଥମଥର କରି ପାଳନ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୫’ର ତୃତୀୟ ଦିବସକୁ ପାରମ୍ପରିକ ପୋଷାକ ପରିଧାନ ଦିବସ ରୂପେ ପାଳିତ ହୋଇଛି । ଏହି ଅବସରରେ ଆମ ସ୍ବାଭିମାନ ଓ ପରିଚୟ ବହନ କରୁଥିବା ସ୍ବଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ବରଗଡ଼ ଜିଲାର ସମସ୍ତ ସରକାରୀ କର୍ମଚାରୀ ଆମ ଅଞ୍ଚଳର ସମ୍ବଲପୁରୀ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଓହ୍ଲାଇବା ସହ ନିଜ ମୋବାଇଲରେ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏଥିସହ ହସ୍ତତନ୍ତ ପୋଷକ ପରିଧାନକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଏବଂ ଗ୍ରାମ୍ୟ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାପାଇଁ ନିବେଦନ କରିଛନ୍ତି ।

ଏହି କ୍ରମରେ ହସ୍ତତନ୍ତ ପୋଷକ ପରିଧାନକୁ ଅଧିକ ଆଦୃତ କରିବା ସହ ପ୍ରଚାର ପ୍ରସାର କରିବା ପାଇଁ ସ୍ଥାନୀୟ ଟାଉନ ହଲ୍‌ଠାରେ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ପୋଷାକ ପରିଧାନ (ଫ୍ୟାନ୍ସି ଡ୍ରେସ୍‌) ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲାର ସମସ୍ତ ବୁଣାକାରମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲା ପ୍ରଶାସନ ଦାରା ସମ୍ବର୍ଦ୍ଧିତ କରାଯାଇଛି । ହସ୍ତତନ୍ତ ତଥା ବୟନ ଶିଳ୍ପ ବିଭାଗ ଏବଂ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରୀଛାତ୍ର ପୋଷାକ ପରିଧାନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜିଲାର ୧୫ ଜଣ ସନ୍ଥ କବି ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ମାନିତ କରଯାଇଥିଲା। ସେମାନେ ହେଲେ ବରପାଲିର ଡଃ ସୁରେନ୍ଦ୍ର ମେହେର, କ୍ଷେତ୍ର ମୋହନ ମେହେର, ଭିକାରି ମେହେର, ଦୟାଳୁ ମେହେର, କଳାବତୀ ମେହେର, ସ୍ବରନାଲଟ ମେହେର, ମକରଧଜ ମେହେର, କାପବାରିର ମୁରଲୀ ମେହେର, ଭକ୍ତରାଜ ମେହେର, ଦେବକୀ ମେହେର , ସରସରାର ରୁଷଭ ମେହେର, ଚିଚିଣ୍ଡାର ହରେକୃଷ୍ଣ ମେହେର, କଟପାଲିର ଇଶର ମେହେର, ବରଗଡର ରାମକୃଷ୍ଣ ମେହେର ଏବଂ ଝିଲିମିଣ୍ଡାର ହରିଲାଲ ମେହେର ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image