ବିଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା, ଚାଲିଗଲା ମହିଳାଙ୍କ ଜୀବନ

ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଶୋଭା ତରାଇ (୬୨)। ବିଲକୁ ଧାନଫସଲ ଦେଖିବାକୁ ଯାଇଥିବା ବେଳେ ବାର୍‌ହା ଆକ୍ରମଣ କରିଥଲା। ଯାହାଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। ସକାଳ ବିଲକୁ ଯାଇଥିଲେ ଶୋଭା। ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ବିଲକୁ ଯାଇଥିଲେ। ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲା ଶୋଭାଙ୍କ ମୃତଦେହ। ସେଠାରୁ ତାଙ୍କୁ ଅଟୋ ସାହାଯ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତହସିଲଦାର, ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତ। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଶୋଭା ତରାଇ (୬୨)। ବିଲକୁ ଧାନଫସଲ ଦେଖିବାକୁ ଯାଇଥିବା ବେଳେ ବାର୍‌ହା ଆକ୍ରମଣ କରିଥଲା। ଯାହାଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। ସକାଳ ବିଲକୁ ଯାଇଥିଲେ ଶୋଭା। ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ବିଲକୁ ଯାଇଥିଲେ। ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲା ଶୋଭାଙ୍କ ମୃତଦେହ। ସେଠାରୁ ତାଙ୍କୁ ଅଟୋ ସାହାଯ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତହସିଲଦାର, ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତ। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

Share