ଏକାଧିକ ଆଶାୟୀ, ଛକାପଞ୍ଝାରେ ସୁନନ୍ଦା-ବିଶ୍ୱରଞ୍ଜନ

ବରୀ,୨୦ା୩ (ମହେନ୍ଦ୍ର ସ୍ବାଇଁ): ଆସନ୍ତା ଜୁନ ୧ରେ ବରୀ ନିର୍ବାଚନମଣ୍ଡଳୀର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ଶାସକ ଦଳରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି।
ନିର୍ବାଚନ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ଭାଜପାରୁ ଆସି ଶାସକ ଦଳରୁ ପ୍ରାର୍ଥୀ ହୋଇ ସୁନନ୍ଦା ଦାସ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୪,୦୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। କଂଗ୍ରେସରୁ ଉମେଶ ଚନ୍ଦ୍ର ଜେନା ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ବରୀ ବିଧାୟିକା ସୁନନ୍ଦା ଦାସ ଶାସକ ଦଳରୁ ହୋଇଥିବାବେଳେ ବିଜେଡିର ଗୋଟିଚାଳନା ଯୋଗୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପାରୁ ନିର୍ବାଚନ ଲଢ଼ିଥିବା ବିଶ୍ୱରଞ୍ଜନଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ମିଳିଥିଲା। ଉଭୟ ସୁନନ୍ଦା ଓ ବିଶ୍ୱରଞ୍ଜନ ଶାସକ ଦଳର ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ଗୋଷ୍ଠୀ ମଧ୍ୟରେ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପଞ୍ଚାୟତ ସମିତି ନିର୍ବାଚନରେ ବିଶ୍ୱରଞ୍ଜନଙ୍କ ନେତୃତ୍ୱରେ ଅଧିକ ସମିତି ସଭ୍ୟ ନିର୍ବାଚିତ ହୋଇଥିବାରୁ ସେ ସମିତି ଅଧ୍ୟକ୍ଷ ନିର୍ବାଚିତ କରିବାକୁ ସମର୍ଥ ହୋଇଥିଲେ। ବରୀରେ ବିଶ୍ୱରଞ୍ଜନଙ୍କ ଦୃଢ଼ ସଙ୍ଗଠନ ରହିଥିବାରୁ ଆଗାମୀ ନିର୍ବାଚନରେ ଶାସକ ଦଳରୁ ସେ ପ୍ରାର୍ଥୀ ହେବେ ବୋଲି ସମର୍ଥକମାନେ ମତ ଦେଉଛନ୍ତି।
ଅପରପକ୍ଷରେ ବିଧାୟିକା ସୁନନ୍ଦା ଦାସ କଳାମାଟିଆ ଶହୀଦ ପୀଠର ଉନ୍ନତୀକରଣ, ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ଗୁରୁପୂଜନ କାର୍ଯ୍ୟକ୍ରମ, ବିଦଗ୍ଧ କବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଐତିହାସିକ ପୀଠର ଉନ୍ନତୀକରଣ କରିବା ସହ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଉଦ୍ୟମ କରି ସାଧାରଣ ଲୋକଙ୍କ ନିକଟତର ହୋଇପାରିଥିବାରୁ ସେ ଟିକେଟ ପାଇବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଏହି ୨ ଦାବିଦାରଙ୍କ ବ୍ୟତୀତ ଯୁବନେତା ସଞ୍ଜୀବ ଜେନାଙ୍କ ନାମ ମଧ୍ୟ ଉଠୁଛି। ସେ ସାହୁପଡା କଚେରି ପଡ଼ିଆଠାରେ କର୍ମୀ ସମ୍ମିଳନୀ କରି ବିକଶିତ ବରୀ ଗଠନ କ୍ଷେତ୍ରରେ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି। ବରୀ ଅଞ୍ଚଳର ଯୁବ ସଙ୍ଗଠକ ଭାବେ ଜଣାଶୁଣା, ବର୍ତ୍ତମାନର ୨୧ନଂ. ଜିଲା ପରିଷଦ ସଭ୍ୟ ଓ ପ୍ରାକ୍ତନ ବରୀ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ସାମଲ ମଧ୍ୟ ସମାନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନ ଓ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ସହିତ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଥିବାରୁ ଶାସକ ଦଳରୁ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି ବୋଲି ସୂଚନା ମିଳିଛି। ଅନ୍ୟତମ ଆଶାୟୀ ପ୍ରାର୍ଥୀ ଭାବେ ସାମାଜିକ କର୍ମୀ ଅଶୋକ ବେହେରା ବରୀ ଅଞ୍ଚଳରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟରମାନଙ୍କ ନିକଟତର ହେଉଛନ୍ତି। ଅନୁରୂପ ଭାବେ ବିଭୁପ୍ରସାଦ ରଥ ନବୀନ ନିବାସ ଯାଇ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିବାର ସୂଚନା ମିଳିଛି।
ଆସନ୍ତା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ତାରିଖ ମେ’ ୭ରୁ ୧୪ ରହିଥିବା ବେଳେ ଯଦି ଭାଜପା ସହ ବିଜେଡିର ମେଣ୍ଟ ନ ହୁଏ, ତେବେ ଦଳୀୟ ହାଇକମାଣ୍ଡ ବିଧାୟିକାଙ୍କ ଉପରେ ଭରସା କରିବେ କିମ୍ବା ଅନ୍ୟ ଆଶାୟୀଙ୍କ ମଧ୍ୟରୁ କାହାକୁ ଦଳୀୟ ପ୍ରାର୍ଥୀ କରିବେ, ତାହା ଅସ୍ପଷ୍ଟ ଥିବା ଯୋଗୁ ବରୀ ରାଜନୀତି ଏକ ରୋଚକ ମୋଡ଼ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri