ଫାର୍ମାସିଷ୍ଟ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର

ଖଜୁରିପଡ଼ା,୨୧ା୧୧(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ ବାରିକୁମ୍ପା ମେଡ଼ିକାଲରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଯାଇଛି। ଲୋକଙ୍କୁ ମିଳୁଛି ଦିନ ବେଳା ଡାକ୍ତର ବିହୀନ ଚିକିତ୍ସା ସୁବିଧା। ରାତିରେ ମିଳୁଛି ଆଟେନାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା। ଆଜକୁ ୧୩ ଦିନ ହେଲା ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ବାସ୍ଥ୍ୟ ଆରାଗ୍ୟ କେନ୍ଦ୍ର। ଚିକିତ୍ସା ପାଇଁ ଅଧ ରାତିରେ ଫୁଲବାଣୀ ମେଡିକାଲକୁ ଧାଉଁଛନ୍ତି ରୋଗୀ। ଡାକ୍ତର ନାହାନ୍ତ ନଥିବାରୁ ୧୩ ଦିନ ହେଲା ବାରିକୁମ୍ପା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଚଳାଉଛନ୍ତି ଫାର୍ମାସିଷ୍ଟ। ଫାର୍ମାସିଷ୍ଟ ଜଣଙ୍କ ରୋଗୀଙ୍କ ରକ୍ତ ପରୀକ୍ଷା, ରୋଗୀଙ୍କୁ ଇଞ୍ଜେକସନ ଦେବା, ସାଲାଇନ ଦେବା ସବୁ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ପ୍ରତିଦିନ ପ୍ରାୟ ୫୦ରୁ ୬୦ ଜଣ ରୋଗୀ ଏହି ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥାନ୍ତି। ଫାର୍ମାସିଷ୍ଟଙ୍କୁ ସହାୟତା କରିବା ପାଇଁ ଜଣେ ଆୟୁଷ ଡାକ୍ତର ବର୍ଷା ରାଣୀ ପୃଷ୍ଠି, ନର୍ସିଂ ଅଧିକାରିଣୀ ପ୍ରୀତିଲତା ସାହାଣୀ, ଏଏନ୍‌ଏମ୍‌ ନନ୍ଦିନୀ ପ୍ରଭା ସାହାଣୀ, ଦୁଇଟି ଆଟେଣ୍ଡାଣ୍ଟ ଲିଜାବତୀ ବେହେରା ଏବଂ ଶର୍ମିଲା ପ୍ରଧାନ ସହିତ ଜଣେ ଏଲ୍‌ଟି ଶଙ୍କରସନ ବେହେରା ଏବଂ ଜଣେ ଝାଡୁଦାର ଝିଲି ଦିଗାଲ ପ୍ରମୁଖ ମିଶି ସ୍ବାସ୍ଥ୍ୟକେନ୍ଦ୍ରକୁ ଚଳାଉଛନ୍ତି। ଗୁରୁତର ରୋଗୀ, ପ୍ରସୂତୀ ଆସିଲେ ସଙ୍ଗେ ସଙ୍ଗେ ଖଜୁରିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରିଦେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଲସକୁମ୍ପା, ଟିଟ୍ରାପଙ୍ଗା, ଆଡାସୀପଡା, ଦୂତିପଡା, ଦୂତିମେଣ୍ଡି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି। ଏ ନେଇ ଫାର୍ମାସିଷ୍ଟ ଚନ୍ଦ୍ର ଶେଖର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୂର୍ବରୁ ଡାକ୍ତର ପୀୟୂଷ ମୋହନ ସାମଲ ଏଠାରେ ଥିଲେ। ସେ ପଢିବା ପାଇଁ ଭୁବନେଶ୍ୱର ୭ ନଭେମ୍ବରରେ ଗଲେ। ତେଣୁ ଏବେ ଡାକ୍ତର ନ ଥିବାରୁ ରୋଗୀ ଚିକିତ୍ସା କରିବାରେ ସମସ୍ୟା ହେଉଛି ବୋଲି କହିଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁସାରେ, ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଲେ ବାଧ୍ୟ ହୋଇ ୧୫ କିଲୋମିଟର ଦୂର ଫୁଲବାଣୀ ବଡ ମେଡିକାଲ ଯିବାକୁ ପଡୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଣେ ଉତ୍ତମ ସେବା ଯୋଗାଉଥିବା ଡାକ୍ତର ଦେବାକୁ ମା’ ଇଷ୍ଟ ଦେବୀ ଯୁବ କଳା ପରିଷଦ ଯୁବକ ସଂଘ ଦାବି କରିଛି। ଏ ନେଇ ଗୋଷ୍ଠୀ ଚିକିତ୍ସା ଅଧିକାରୀ ନିମାଇଁ ଚରଣ ବିଶିଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ ଅବଗତ ଅଛନ୍ତି ଜିଲା ଚିକିତ୍ସା ଅଧିକାରୀଙ୍କ ସହିତ କଥା ହୋଇ ଡାକ୍ତର ପଠେଇବା ପାଇଁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image