Posted inଖେଳ

ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ନେଲେ ସନ୍ୟାସ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୩୦।୮: ଗୋଟିଏ ପରେ ଗୋଟିଏ ଭାରତୀୟ ଖେଳାଳି ଅବସର ଘୋଷଣା କରୁଥିବା ଦେଖାଯାଉଛି। ନିକଟରେ ଶିଖର ଧାୱନ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ବରିନ୍ଦର ଶରନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ୩୧ ବର୍ଷିୟ ବରିନ୍ଦରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଅଧିକ ଦିନ ରହିଲା ନାହିଁ ।

ଭାରତୀୟ ବୋଲର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ତାଙ୍କ ପୋଷ୍ଟରେ ସେ କହିଛନ୍ତି, ବକ୍ସରଠାରୁ ଦ୍ରୁତ ବୋଲର ହେବା ତାଙ୍କ ପାଇଁ କିପରି ସଫଳ ହେଲା। ସେ ୨୦୦୯ରେ ବକ୍ସିଂରୁ କ୍ରିକେଟକୁ ଆସିଥିଲେ।

ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, ୨୦୦୯ରେ ବକ୍ସିଂରୁ ଆସିବା ପରେ କ୍ରିକେଟ ମୋତେ ଅସଂଖ୍ୟ ଏବଂ ଅଦ୍ଭୁତ ଅନୁଭୂତି ଦେଇଛି। ଫାଷ୍ଟ ବୋଲିଂ ମୋ ପାଇଁ ଲକି ଚାର୍ମ ହୋଇଗଲା। ଏବଂ ଆଇପିଏଲ ଫ୍ରାଞ୍ଚାଇଜ ପ୍ରତିନିଧିତ୍ୱ କରିବା ପାଇଁ ଦ୍ୱାର ଖୋଲିଗଲା। ଶେଷରେ ୨୦୧୬ରେ ଭାରତର ପ୍ରତିନିଧିତ୍ୱ କରିବାର ସର୍ବୋଚ୍ଚ ସମ୍ମାନ ମିଳିଲା।

୨୦୧୬ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବରିନ୍ଦର ୬ଟି ଦିନିକିଆ ଏବଂ ୨ଟି -୨୦ ଅନ୍ତର୍ଜାତୀୟ ଖେଳିଥିଲେ। ସେ ଦିନିକିଆରେ ୭ ଉଇକେଟ୍‌ ନେଇଥିଲେ, ସେଥିମଧ୍ୟରୁ ୩/୫୬ ଶ୍ରେଷ୍ଠ ଥିଲା। ଏହା ବ୍ୟତୀତ ସେ ଟି -୨୦ ଇଣ୍ଟରନ୍ୟାସନାଲରେ ୬ଟି ଉଇକେଟ୍‌ ନେଇଥିଲେ ଯେଉଁଥିରେ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ୪/୧୦ ଥିଲା।

ସୂଚନାଯୋଗ୍ୟ ଯେ, ବରିନ୍ଦର ପଞ୍ଜାବ ପାଇଁ ଫାଷ୍ଟ କ୍ଲାସ୍‌ କ୍ରିକେଟ ଖେଳୁଥିଲେ। ସେ ତାଙ୍କ କ୍ୟାରିୟରରେ ମୋଟ ୧୦ ଫାଷ୍ଟ କ୍ଲାସ୍‌ ଏବଂ ୩୧ ତାଲିକା ଏ ମ୍ୟାଚ ଖେଳିଥିଲେ। ଫାଷ୍ଟ କ୍ଲାସ୍‌ର ୨୮ ଇନିଂସରେ ବୋଲିଂ କରି ସେ ୪୭ ଉଇକେଟ୍‌ ନେଇଥିବାବେଳେ ତାଲିକା ଏ ର ୩୧ ଇନିଂସରେ ୪୫ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି...

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ...

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri