ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ତାତି ସାଙ୍ଗକୁ ଗୁଳୁଗୁଳି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ବାରିପଦାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ବୌଦ୍ଧରେ ୪୩.୫ ଡିଗ୍ରୀ, ନୂଆପଡାରେ ୪୩.୫ ଡିଗ୍ରୀ, ଝାରସୁଗୁଡାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ସମ୍ବଲପୁରରେ ୪୩.୨ ଡିଗ୍ରୀ, ଟିଟିଲାଗଡ ୪୩.୧ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଅନୁଗୋଳରେ ୪୩.୧ ଡିଗ୍ରୀ, ବଲାଙ୍ଗିରରେ ୪୩.୦ ଡିଗ୍ରୀ, ସୁନ୍ଦରଗଡ ୪୨.୮ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ସୋନପୁରରେ ୪୧.୭ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ଢେଙ୍କାନାଳରେ ୪୧.୪ ଡିଗ୍ରୀ, ବରଗ ୪୦.୮ ଡିଗ୍ରୀ, ନୟାଗଡ ୪୦.୫ ଡିଗ୍ରୀ ଓ କେନ୍ଦୁଝରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Maximum Temperature recorded over different stations of Odisha. pic.twitter.com/FqVeiw8FMu
— Meteorological Centre, Bhubaneswar (@mcbbsr) April 17, 2023