Categories: ଜାତୀୟ

ଟ୍ରକ୍‌ରେ ପିଟିହେଲା ବରଯାତ୍ରୀ ଗାଡି: ଚାଲିଗଲା ୮ ଜୀବନ

ଜୟପୁର,୭।୬: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାରମେର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ ବରଯାତ୍ରୀକୁ ନେଇ ଯାଉଥିବା ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ୮ ଜଣଙ୍କ ମୃତ୍ୟୁ ଘଟିଛି।
ପୋଲିସ ସୂଚନାନୁସାରେ, ଜାଲୋରରୁ ଏକ ବରଯାତ୍ରୀ ଗାଡି ଗୁଡାମାଲାନି ପୋଲିସ ଷ୍ଟେଶନ ଅଞ୍ଚଳକୁ ଆସୁଥିଲା। ବୋଲେରୋରେ ସମୁଦାୟ ୯ ଜଣ ଲୋକ ଥିଲେ। ମେଗା ରାଜପଥରେ ଏକ ଟ୍ରକ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଡାକ୍ତରଖାନାରେ ବାକି ୨ ଜଣଙ୍କ ଆଖିବୁଜିଥିଲେ।

Share