Categories: ଜାତୀୟ

ବାରମୁଳା ଏନ୍‌କାଉଣ୍ଟର, ଲଶ୍କରର ଶୀର୍ଷ କମାଣ୍ଡର ନିହତ…

ଶ୍ରୀନଗର, ୨୧।୪ : ଜମ୍ମୁ-କଶ୍ମୀରର ବାରାମୁଳାର ମାଲୱାରେ ଗୁରୁବାର ଏନକାଉଣ୍ଟରରେ ମିଳିତ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଶୀର୍ଷ କମାଣ୍ଡର ୟୁସୁଫ କାନ୍ତରୁ ନିହତ ହୋଇଛନ୍ତି।

ସେ ବଡଗାମ ଜିଲାର ଜଣେ ଏସପିଓ ଏବଂ ତାଙ୍କ ଭାଇ, ଜଣେ ସୈନିକ ଏବଂ ସାଧାରଣ ନାଗରିକଙ୍କ ସମେତ ବହୁ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର ଯବାନଙ୍କ ବହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ। ଆଇଜିପି କଶ୍ମୀର ବିଜୟ କୁମାର ଏହି ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟରରେ ତିନି ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି।

ଗୁରୁବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଅପରେଶନ ବଡଗାମ ପୋଲିସ ଏବଂ ସେନା ଯବାନଙ୍କ ଦ୍ୱାରା ମିଳିତ ଭାବେ ଜାରି ରହିଥିବା ସେ କହିଛନ୍ତି।

Share