ବନ୍ଦ ଘରେ ‘ବର୍ଣ୍ଣବୋଧ’

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି ଶିକ୍ଷା ପାଇଁ ବର୍ଣ୍ଣବୋଧ ଯେତିକି ଉପାଦେୟ, ସେତିକି ଅପରିହାର୍ଯ୍ୟ। ହେଲେ ଓଡ଼ିଆ ଭାଷା ଓ ବର୍ଣ୍ଣମାଳା ଶିକ୍ଷାର ମୂଳଦୁଆଭାବେ ପରିଚିତ ବର୍ଣ୍ଣବୋଧ ଆଉ ବଜାରରେ ମିଳୁନି। ‘ବର୍ଣ୍ଣବୋଧ’ ଛାପା ଦାୟିତ୍ୱ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏହା ଅଧୀନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନ ଉପରେ ନ୍ୟସ୍ତ ରହିଛି। ହେଲେ ଦୀର୍ଘବର୍ଷ ହେବ ବର୍ଣ୍ଣବୋଧ ଛପାଯାଉ ନ ଥିବା ଜଣାପଡ଼ିଛି।
ମସିହାରେ ବର୍ଣ୍ଣବୋଧ ପ୍ରକାଶ ପାଇବାଠାରୁ ଇତିମଧ୍ୟରେ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଏହି ସମୟ ମଧ୍ୟରେ ଓଡ଼ିଆ ବର୍ଣ୍ଣ ପରିଚୟ ନିମନ୍ତେ ଏକାଧିକ ପୁସ୍ତକ ଓ ଅଧ୍ୟୟନ କୌଶଳ ପ୍ରକାଶିତ ହୋଇଛି। ହେଲେ ବର୍ଣ୍ଣବୋଧ ଆଜି ବି ଶିକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକ ମହଲରେ ନିଜ ଲୋକପ୍ରିୟତା ହରାଇନି। ଶ୍ରେଷ୍ଠ ଓଡ଼ିଆ-ବର୍ଣ୍ଣ ପରିଚୟ ପୁସ୍ତକଭାବେ ଏହାର ଆଦୃତି ଏବେ ବି ରହିଛି। ମାତ୍ର ବଜାରରେ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ଖୋଜିଲେ ମିଳୁନି। ପିଲାଙ୍କୁ ଓଡ଼ିଆ ବର୍ଣ୍ଣମାଳା ଓ ଶବ୍ଦ ଶିଖାଇବାକୁ ଅଭିଭାବକମାନେ ଏହି ପୁସ୍ତକକୁ ସର୍ବାଧିକ ପସନ୍ଦ କରୁଥିଲେ ମଧ୍ୟ ପାଇପାରୁନାହାନ୍ତି। ଏହି ସୁଯୋଗରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧକୁ ବିକୃତ କରି ପ୍ରକାଶକମାନେ ଛାପିବାରୁ ଏହାର ମୌଳିକତା ନଷ୍ଟ ହେବା ଆଶଙ୍କା କରି ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ବରିଷ୍ଠ ଭାଷାବିତ୍‌ଙ୍କୁ ନେଇ ଗଠିତ କମିଟିର ସୁପାରିଶ ମୁତାବକ ବର୍ଣ୍ଣବୋଧ ଛପା ଯାଇଥିଲା। ହେଲେ ନୂତନ ପ୍ରକାଶିତ ବର୍ଣ୍ଣବୋଧରେ ମୂଳ ବର୍ଣ୍ଣବୋଧକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟରେ ଏନେଇ ୩ଟି ମାମଲା ରୁଜୁ ହୋଇଥିଲା। ମାମଲା ପରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ଛପା ଯାଇଥିବା ବର୍ଣ୍ଣବୋଧର ବିକ୍ରୟ ଓ ବିତରଣ ଉପରେ ଅଙ୍କୁଶ ଲଗାଇଥିଲେ। ଫଳରେ ଛପା ହୋଇ ରହିଥିବା ହଜାର ହଜାର ବର୍ଣ୍ଣବୋଧ ନଷ୍ଟ ହୋଇଥିଲା। ପ୍ରାରମ୍ଭରେ ହାଇକୋର୍ଟ ଏ ସଂକ୍ରାନ୍ତ ଦୁଇଟି ମାମଲାର ଫଇସଲା କରି ମୁଖ୍ୟ ଶାସନ ସଚିବ ଏନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧୁସୂଦନ ରାଓଙ୍କ ରଚିତ ମୂଳ ବର୍ଣ୍ଣବୋଧ ଛପାଯିବା ନେଇ ମୁଖ୍ୟ ଶାସନ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇଥିଲେ। ଅନ୍ୟଏକ ମାମଲାର ଫଇସଲା କରି ହାଇକୋର୍ଟ ସମାନ ରାୟ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ମୁତାବକ ମୂଳ ବର୍ଣ୍ଣବୋଧ ଛାପିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ବହୁବର୍ଷ ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ରାୟ ଓ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ମୁତାବକ ବର୍ଣ୍ଣବୋଧ ଛପାଯାଇ ପାରିନାହିଁ। କେବେ ବର୍ଣ୍ଣବୋଧ ଛପାଯିବ ସେନେଇ ମଧ୍ୟ ବିଭାଗ ନିକଟରେ କୌଣସି ଉତ୍ତର ନାହିଁ। ବର୍ଣ୍ଣବୋଧ ଖୁବ୍‌ଶୀଘ୍ର ଛପାଯିବ ବୋଲି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କୁହାଯାଉଛି। ହେଲେ ଶିଶୁ ସାହିତ୍ୟର ଏହି ଅମୂଲ୍ୟ ରତ୍ନ ଏପର୍ଯ୍ୟନ୍ତ ଛପା ଯାଇପାରୁନାହିଁ। ବିଭିନ୍ନ ସମୟରେ ଓ ବିଭିନ୍ନ ଆଳରେ ବର୍ଣ୍ଣବୋଧକୁ ପାଠ୍ୟକ୍ରମରୁ ଦୂରେଇ ରଖିବା ପାଇଁ ସରକାର ଉଦ୍ୟମ କରୁଥିବା ଭାଷାବିତ୍‌ମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

ବର୍ଷାଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ, କହିଲେ ଆସ ଚ୍ୟାନେଲରେ ବସି ମୁହାଁମୁହିଁ ଆଲୋଚନା କରିବା

ଭୁବନେଶ୍ୱର,୬।୧: ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରଥମେ ଅନୁଭବ ତାଙ୍କ ଅଟୋବାୟୋଗ୍ରାଫି...

୧୫ ସୁଦ୍ଧା ଜିଲା ସଭାପତି ତାଲିକା ଘୋଷଣା କରିବ ଭାଜପା

ଭୁବନେଶ୍ୱର, ୬ା୧(ସୁନିତ୍‌ ମିଶ୍ର): ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ଆସନ୍ତା ୧୫ ତାରିଖ ଭିତରେ ସବୁ ଜିଲାର ସଭାପତି ପଦ ଘୋଷଣା...

ଏମ୍‌ପିଙ୍କ ନାଁ ନ ଥିବାରୁ ବିଧାୟକ ନାଁରେ କଳା ବୋଳିଲେ

ଭୁବନେଶ୍ୱର, ୬ା୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରବିବାର ସହରର ୩ଟି ସ୍ଥାନରେ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଓ୍ବାର୍ଡ ନଂ. ୩୭...

ଓଡ଼ିଶା ଚାଷୀଙ୍କ ଧାନ କିଣୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୬ା୧(ଗିରିଧାରୀ ପରିଛା): ଓଡ଼ିଶା ସରକାର ବାହାର ରାଜ୍ୟକୁ ଧାନ ଚାଲାଣ ଓ ଅସାଧୁ ବ୍ୟବସାୟ ରୋକିବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇ ନାକା...

ପୁଣି ଆଳୁ ଦେଲା ଟେନଶନ୍‌, କିଲୋ ପିଛା ୧୦ଟଙ୍କା ବଢିଲା

ଭୁବନେଶ୍ୱର, ୬।୧: ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା...

ଜେଜେ ମା’, ନାତୁଣୀଙ୍କୁ ଅପହରଣ କରି ସୁନା, ରୁପା ଲୁଟି ନେଲେ ଅଟୋ ଚାଳକ

ପୁରୁଷୋତ୍ତମପୁର,୫।୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରୁ ରବିବାର ଏକ ଅଭାବନୀୟ ଘଟଣା ଶନିବାର ସାମ୍‌ନାକୁ ଆସିଛି। ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ...

କରିଥିଲେ ପ୍ରେମ ବିବାହ: ୧୫ ବର୍ଷ ପରେ ପଥରରେ ଛେଚି ହତ୍ୟା କଲେ ସ୍ବାମୀ

ମୋହନା,୫।୧(ମନ୍ମଥ ମିଶ୍ର): ପରକ୍ରିୟା ପ୍ରୀତିରୁ ଘଟିଛି ଏକ ଅଭାବନୀୟ କାଣ୍ଡ। କାଲେମା ଗାଁ ପାଖ ଏକ ଜଙ୍ଗଲ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri