
ବରପାଲି, ୨୯।୩(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲା ବରପାଲି ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ମନୋଜ କୁମାର ପଟ୍ଟନାୟକ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ସୁଧିର ମେହେର ଉପସଭାପତି, ଈଶ୍ବର ନାଗ ସମ୍ପାଦକ, ମହେନ୍ଦ୍ର କୁମାର ଗହିର ଯୁଗ୍ମ ସମ୍ପାଦକ, ଭ୍ରମର ବେହେରା ସହସମ୍ପାଦକ, ପରିତୋଷ ମେହେର ଲାଇବ୍ରେରୀ ସମ୍ପାଦକ, ଶରତ ଚନ୍ଦ୍ର ପାଣିଗ୍ରାହୀ କୋଷାଧ୍ୟକ୍ଷ, ପୂର୍ଣ୍ଣେନ୍ଦୁ କୁମାର ଦାଶ ସହକାରୀ ଲାଇବ୍ରେରୀ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ତାରାପଦ ତ୍ରିପାଠୀ, ଲାଲ ବିକ୍ରମ ସିଂଦେଓ, ସୁରେଶ ଚନ୍ଦ୍ର ଖଟୁଆ, ରାଜକିଶୋର ପ୍ରଧାନ ଏବଂ ଆନନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକାରିଣୀ କମିଟି ସଭ୍ୟଭାବେ ମନୋନୀତ ହୋଇଛନ୍ତି।