ଛତ୍ରପୁର,୨୭ା୬(ଡି.ଏନ୍.ଏ.)-ଛତ୍ରପୁର ଏନ୍ଏସି ବାରାକ ସାହିରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସିଂ ପାଇଁ ବାରାକ୍ ସାହିକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ଶଙ୍କରମଠ ସାହି, ରିକାପଲ୍ଲି ଛକ, ରାମକୃଷ୍ଣ ନଗର, ବିଦ୍ୟାଧରନଗରକୁ ବଫରଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଓ ବଫରଜୋନ ଘୋଷଣା ପାଇଁ ତହସିଲଦାର ନୀଳମାଧବ ଭୋଇଙ୍କ ପକ୍ଷରୁ ସନ୍ଧ୍ୟାରେ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିଲା।