ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି

କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର ଶୁଣାଣି ୭ ତାରିଖକୁ ଘୁଞ୍ଚତ୍ଛି। ଫ୍ୟାମିଲି କୋର୍ଟର ନିର୍ଦ୍ଦେଶକୁ ନେଇ ବର୍ଷା ହାଇକୋର୍ଟରେ ପହଞ୍ଚତ୍ଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ କଟକ ଫ୍ୟାମିଲି କୋର୍ଟରେ ଅନୁଭବ ମହାନ୍ତି ହାଜର ହୋଇଥିଲେ। କୋର୍ଟରେ ଦୁଇଦିନ ଧରି ଅନୁଭବ ସାକ୍ଷ୍ୟ ପ୍ରଦାନ କରିଥିଲେ। ଅନୁଭବଙ୍କ ପକ୍ଷରୁ ଦାଏର ହୋଇଥିବା ଛାଡ଼ପତ୍ର ଆବେଦନ ଉପରେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଥିଲେ। ଏହି ସମୟରେ ସ୍ତ୍ରୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଶ୍ରୀମଦ୍‌ଭଗବଦ୍‌ ଗୀତା ପ୍ରଦାନ କରିଥିଲେ ସାଂସଦ ଅନୁଭବ ମହାନ୍ତି ।

Share