୪ରେ ବର୍ଷାଙ୍କ ଆବେଦନର ଶୁଣାଣି

କଟକ ଅଫିସ,୧୪।୧୦: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ସୋସିଆଲ ମିଡିଆରେ ଆକ୍ଷେପକୁ ନେଇ ବର୍ଷାଙ୍କ ଆବେଦନ ଶୁଣାଣି ନଭେମ୍ବର ୪ରେ ହେବ ବୋଲି ସୂଚନା ମିଳିଛି। ଅନୁଭବ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ବର୍ଷାଙ୍କ ବିରୋଧରେ ବିଭିନ୍ନ ଭିଡିଓ ଶେୟାର କରିଥିଲେ। ସେହି ଘଟଣାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ସୂଚନାଯୋଗ୍ୟ, ଗତ ମାସ ବର୍ଷା- ଅନୁଭବ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ହେଲେ ବିବାଦର କୌଣସି ସମାଧାନ ହୋଇନଥିବା ଜଣାପଡିଛି।

Share