ଶେଷରେ ଶାଶୁଘର ଚାବି ଫେରାଇଲେ ବର୍ଷା

କଟକ ଅଫିସ,୨।୧୧: କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଶାଶୁଘର ଚାବି ଫେରାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ବୁଧବାର ଚାବି ଦାଖଲ କରିଛନ୍ତି। ଏଥିସହ ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି।

ପ୍ରକାଶ ଯେ, ପୂର୍ବରୁ କୋର୍ଟଙ୍କ ଆଦେଶ ସତ୍ତ୍ୱେ ବର୍ଷା ଶାଶୁଘର ଚାବି ଫେରାଉ ନ ଥିଲେ। ଏହାକୁ ନେଇ ସ୍ବାମୀ ତଥା ଅଭିନେତା ଅନୁଭବ ମହାନ୍ତି କୋର୍ଟକୁ ଯାଇ ତାଙ୍କ ବିରୋଧରେ ମାମଲା ରୁୁଜୁ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ୨ ତାରିଖ ସୁଦ୍ଧା ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନୁଭବ କିମ୍ବା ତାଙ୍କ ଓକିଲ ଚାବି ଗ୍ରହଣ ନ କଲେ କୋର୍ଟରେ ଜମା କରିବାକୁ କୋର୍ଟ କହିଥିଲେ।

Share