ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା ମିଳିଛି।
ଗତ ୧୪ ତାରିଖରେ ମଧ୍ୟ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ହେଲେ ବିବାଦର କୌଣସି ସମାଧାନ ହୋଇନଥିଲା। ଏହା ପରେ ଆଜି ପୁଣି ଥରେ ଦୁହେଁ କୋର୍ଟରେ ହାଜର ହୋଇଛନ୍ତି।

Share