କଟକ ଅଫିସ,୧୪ା୭(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଏମ୍ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା। ଗତ ୯ ତାରିଖରେ ମଧ୍ୟ କୋର୍ଟର ମଧ୍ୟସ୍ଥତାରେ ଉଭୟ ହାଜର ହୋଇଥିଲେ। ମାତ୍ର ବିବାଦର କୌଣସି ସମାଧାନ ହୋଇ ନ ଥିଲା। ସେଥିପାଇଁ ଆଜି ପୁଣି ହାଜର ହୋଇଛନ୍ତି ବର୍ଷା। ଏହାର କିଛି ସମୟ ପରେ ଅନୁଭବ ମଧ୍ୟ ପହଞ୍ଚିଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ ଆଜି ଫ୍ୟାମିଲି କୋର୍ଟରେ ଦୁହେଁ ହାଜର ହୋଇଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ପାରିବାରିକ ମାମଲାକୁ ନେଇ ଅନୁଭବ-ବର୍ଷା ମୁହାଁମୁହିଁ ହୋଇଥିଲେ। ଉଭୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।