ବର୍ଷାଙ୍କ ଅଭିଯୋଗର ତର୍ଜମା ଚାଲିଛି: ଡିସିପି

କଟକ ଅଫିସ, ୨୪ା୫:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିବା ୨ଟି ଭିଡିଓକୁ ନେଇ ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଭିଡିଓରେ ତାଙ୍କର ଚରିତ୍ର ସଂହାର ହୋଇଥିବା ଦର୍ଶାଇଥିଲେ। ଏନେଇ ସୋମବାର କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏତଲାରେ ଥିବା ଅଭିଯୋଗଗୁଡ଼ିକର ତର୍ଜମା କରାଯାଉଛି। ପୂର୍ବରୁ ସମାନ ପ୍ରକାର ଅଭିଯୋଗ ହୋଇଛି କି ନାହିଁ ତା’ର ଅନୁଧ୍ୟାନ କରାଯିବ। ତର୍ଜମା ପରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ସେ ସମ୍ପର୍କରେ କିଛି କହିବା ଠିକ୍‌ ହେବନାହିଁ। ପୂର୍ବରୁ ମଧ୍ୟ ବର୍ଷା କରିଥିବା ଅଭିଯୋଗଗୁଡ଼ିକୁ ଆମେ ଗୁରୁତ୍ୱର ସହ ନେଇଛୁ। ସେ ସବୁର ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି ା
ବର୍ଷା ଅଭିଯୋଗରେ ଦର୍ଶାଇଥିଲେ, ଅନୁଭବ ଭିଡିଓରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି। ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି। ଭିତ୍ତିହୀନ କାହାଣୀ ଗଢି ସମାଜରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଛଡ଼ାଇ ନେଉଛନ୍ତି।

Share