ଆଜି ବର୍ଷାଙ୍କ ଆବେଦନ ଶୁଣାଣି

କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ ବର୍ଷାଙ୍କ ସମ୍ମାନ ହାନି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବର୍ଷା।

ସୂଚନାଯୋଗ୍ୟ, ପୁରୀଘାଟ ଥାନାରେ ବର୍ଷା କିଛିଦିନ ତଳେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ସେ ଦର୍ଶାଇଥିଲେ ଯେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତାଙ୍କୁ ଆକ୍ଷେପ କରି ଅନେକ କିଛି କଥା କହିଛନ୍ତି। ଯାହାକି ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି। ମିଡିଆ ଜରିଆରେ ଅନୁଭବ ତାଙ୍କର ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। କଟକ ଡିସିପି ଏହି ଅଭିଯୋଗ ଉପରେ ତର୍ଜମା କରାଯାଉଥିବା କହିଥିଲେ।

Share