ବରୁଣ ଗାନ୍ଧୀ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୯।୧ : ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଗତ ୩ ଦିନ ଧରି ସେ ପିଲିଭିତ୍‌ରେ ଥିଲେ। ସେ ଟୁଇଟ୍‌ କରି ନିର୍ବାଚନ କମିଶନଙ୍କୁ ସମସ୍ତ ପ୍ରାର୍ଥୀ ଏବଂ ରାଜନୈତିକ କର୍ମୀଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ଅନୁରୋଧ କରିଛନ୍ତି।

ବରୁଣଙ୍କଠାରେ କରୋନାର ଅଧିକ ଲକ୍ଷଣ ପ୍ରକାଶ ପାଇଥିବା ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି କହିଛନ୍ତି। ଦେଶରେ କରୋନାର ତୃତୀୟ ଲହର ଜାରି ରହିଥିବାବେଳେ ୫ ରାଜ୍ୟରେ ବିିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ପ୍ରଚାର କାର୍ଯ୍ୟ ଦ୍ୱାରା ସଂକ୍ରମଣ ବେଲଗାମ ହେବାର ଆଶଙ୍କା ଥିବା ସେ କହିଛନ୍ତି।

Share