ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ!

ବଲିଉଡ୍‌ର ଚକଲେଟ୍‌ ବଏ ବରୁଣ ଧାଓ୍ବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ବିବାହ ପରେ ତାଙ୍କୁ ସାଥୀ କଳାକାରମାନେ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସାଉଥ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥ ବରୁଣଙ୍କୁ ମଜାଦାର ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଷ୍ଟାଟସ୍‌ ଶେୟାର କରି ଲେଖିଛନ୍ତି, ସବୁଠୁ ଦୁଃଖର କଥା ହେଉଛି ତାଙ୍କୁ ଆମେ ଆଉ ସ୍କିନ୍‌ରେ ଦେଖିବାକୁ ପାଇବୁ ନାହିଁ। କାରଣ ତାଙ୍କ ଶ୍ୱଶୁରଘର ଲୋକେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବାକୁ ଦେବେ ନାହିଁ। ହୋଇପାରେ ସେ ଆଗକୁ କେବଳ ପୁରୁଷକୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିବେ। କିନ୍ତୁ କେମିତି ସେ ବ୍ୟକ୍ତିଗତ ଜୀବନ ଏବଂ କାମ ମଧ୍ୟ ତାଳମେଳ ରଖିପାରିବେ. ତାହା ଦେଖିବାକୁ ବାକି ରହିଲା। ଆମେ ତାଙ୍କୁ ମିସ୍‌ କରିବୁ…ଶୁଭେଚ୍ଛା ବରୁଣ ବୋଲି ଶ୍ରଦ୍ଧା କହିଛନ୍ତି।

Share