ଦୁହ୍ଲନିୟା-୩ରେ ଧମାଲ କରିବେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ଦମଦାର ଅଭିନୟ ପାଇଁ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କ କ୍ୟାରିୟରରେ ଅନେକ ହିଟ ମୁଭି ଦେଇଛନ୍ତି। ‘ହମ୍ପ୍ଟି ଶର୍ମା କି ଦୁହ୍ଲନିଆ’ ଏବଂ ‘ବଦ୍ରିନାଥ କି ଦୁହ୍ଲନିଆ’ ଭଳି ରୋମାଣ୍ଟିକ କମେଡି ସହିତ ବହୁ ଲୋକପ୍ରିୟତା ହାସଲ କରିଥିଲେ ଏବଂ ପୁଣିଥରେ ଅଭିନେତା ‘ଦୁହ୍ଲନ’ ଫ୍ରାଞ୍ଚାଇଜର ତୃତୀୟ ଇନଷ୍ଟଲମେଣ୍ଟରେ ‘ଦୁହ୍ଲା’ ହେବାକୁ ପ୍ରସ୍ତୁତ ହେଲେଣି। ବାସ୍ତବରେ, ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଅଭିନେତା ଦୁହ୍ଲନିଆ ଫ୍ରାଞ୍ଚାଇଜର ତୃତୀୟ ଇନଷ୍ଟଲମେଣ୍ଟ ପାଇଁ ନିର୍ଦ୍ଦେଶକ ଶଶାଙ୍କ ଖୈତାନଙ୍କ ସହ ହାତ ମିଳାଇଛନ୍ତି।
ବଲିଉଡ ହଙ୍ଗାମା ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବରୁଣଙ୍କ ଅଭିନୀତ ମୁଭି ‘ଦୁହ୍ଲନିଆ ୩’ର ସୁଟିଂ୨୦୨୪ ଶେଷରେ ଆରମ୍ଭ ହେବାକୁ ଯାଉଛି। ପୋର୍ଟାଲ ଅନୁଯାୟୀ, ସୂତ୍ରରୁ ସୂଚନା ମିଳିଛି ଯେ, ବରୁଣ, ଶଶାଙ୍କ ଏବଂ କରଣ ଜୋହର‘ ଦୁହ୍ଲନିଆ ’ ପାଇଁ ଅନେକ ଧାରଣା ଉପରେ ଆଲୋଚନା କରିଛନ୍ତି ଏବଂ ଶେଷରେ ଏହାକୁ ଲକ କରି ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ୨୦୨୪ଶେଷ ସୁଦ୍ଧା ଫ୍ଲୋରକୁ ଯିବାକୁ ସ୍ଥିର ହୋଇଛି।
ବରୁଣ ଏବଂ ଆଲିଆ ଭଟ୍ଟଙ୍କ ସହ ଦୁହ୍ଲନିଆ ସିରିଜର ଗଭୀର ସମ୍ପର୍କ ଅଛି। ରିପୋର୍ଟ ଅନୁଯାୟୀ, ସୂତ୍ର ଆହୁରି ମଧ୍ୟ କହିଛି ଯେ ରମେଶ ତୈରାନୀଙ୍କ ଦ୍ୱାରା ନିର୍ମିତ ତାଙ୍କ ପିତା ଡେଭିଡ ଧୱନଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ପରେ ସେ ୨୦୨୪ଶେଷରେ ଦୁହ୍ଲନିଆ ୩ ପାଇଁ ସୁଟିଂ ଆରମ୍ଭ କରିପାରିବେ। ରିପୋର୍ଟ ଅନୁଯାୟୀ, ସୂତ୍ର ଆହୁରି ମଧ୍ୟ କହିଛି ଯେ କରଣ ଜୋହର ମଧ୍ୟ ତାଙ୍କ ଛାତ୍ରଙ୍କ ସହ ଦୁହ୍ଲନିଆ ଟ୍ରାଇଲଜିକୁ ଶେଷ କରିବାକୁ ବହୁତ ଉତ୍ସାହିତ ଅଛନ୍ତି।

Share