ବରୁଣାଡ଼ିହା ପାନୀୟ ଜଳ ପ୍ରକଳ୍ପ ମାମଲା: ପୁନର୍ବାର କାର୍ଯ୍ୟ ଆରମ୍ଭକୁ ବିରୋଧ

କେନ୍ଦ୍ରାପଡ଼ା ଅଫିସ,୯।୧୦: କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକନିକା ବ୍ଲକ ସୀମା ବରୁଣାଡିଆଠାରେ ଖରସ୍ରୋତା ନଦୀରେ ବର୍ଷେ ଧରି ପଡିରହିଥିବା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଠିକା ସଂସ୍ଥା ପୋଲିସ ସାହାଯ୍ୟରେ ମଙ୍ଗଳବାରଠାରୁ କାମ ଆରମ୍ଭ କରିବା ସମୟରେ ଉଭୟ ବ୍ଲକବାସୀ ପ୍ରବଳ ବିରୋଧ କରିଥିଲେ। ପୋକ୍‌ଲିନକୁ ଏଠାରୁ ନେଇଯିବା ପାଇଁ ଚେତାବନୀ ଦେଇଥିବା ବେଳେ ପ୍ରକଳ୍ପ ବିରୋଧରେ ଏନ୍‌ଜିଟି ଓ ଉଚ୍ଚ ନ୍ୟାୟାଳୟରେ ହୋଇଥିବା ମାମଲାରେ ରାଜ୍ୟ ସରକାର କାହିଁକି ପକ୍ଷ ରଖୁନାହାନ୍ତି ବୋଲି ଖରସ୍ରୋତା ନଦୀ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି। ଏଥିସହ ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ସ୍ଥାନୀୟ କୃଷି ଓ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ ହେବ ବୋଲି ସେମାନେ ଦର୍ଶାଇଛନ୍ତି। ମାମଲାର ଶେଷ ଶୁଣାଣି ନ ହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଛନ୍ତି।
ରାଜ୍ୟ ସରକାର ୨୦୧୯ ଜାନୁୟାରୀରେ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ମୋଟ ୯୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ହାଇଦ୍ରାବାଦର ଏକ ଠିକା ସଂସ୍ଥା ସହିତ ଚୁକ୍ତି କରି ପ୍ରକଳ୍ପ ଶେଷ ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଭଦ୍ରକ ଜିଲାର ଚାନ୍ଦବାଲି, ବାସୁଦେବପୁର, ତିହିଡି ଓ ଧାମନଗର ବ୍ଲକର ୯୧ ପଞ୍ଚାୟତର ୫୨୫ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଅପରପକ୍ଷେ ଖରସ୍ରୋତାର ମଧୁର ଜଳ ଏହି ପ୍ରକଳ୍ପ ପାଇଁ ବ୍ୟବହାର ହେଲେ ସ୍ଥାନୀୟ କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବା ଦର୍ଶାଇ ନଦୀ ସୁରକ୍ଷା ସମିତି ଉଚ୍ଚ ନ୍ୟାୟାଳୟ ଏବଂ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ଗତ ଫେବୃୟାରୀ ୨୫ରେ ଏକ ମାମଲା (୨୩/୨୦) ରୁଜୁ କରିଛି। ଏ ସମ୍ପର୍କରେ ଅଭିଯୋଗକାରୀ ସଞ୍ଜୟ କୁମାର ବେହୁରା କହିଛନ୍ତି, ମାମଲାର ପ୍ରାଥମିକ ଶୁଣାଣି ପରେ ଖରସ୍ରୋତା ବ୍ୟତୀତ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ, ସାଳନ୍ଦୀ, କାଂଶବାଂଶ ଓ ମନ୍ତେଇ ନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାରରେ ଥିବା ସମସ୍ୟା ସମ୍ପର୍କରେ ଏନ୍‌ଜିଟିକୁ ରାଜ୍ୟ ସରକାର ଗତ ୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା କଥା। ଫଳରେ ପରବର୍ତ୍ତୀ ଶୁଣାଣିରେ ମାମଲାର ସବିଶେଷ ଶୁଣାଣି ହୋଇପାରିବ। ତେବେ ରାଜ୍ୟ ସରକାର ମାମଲାର ପକ୍ଷ ରଖୁ ନ ଥିବା ବେଳେ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏପରି କି ଗତ ୧ ତାରିଖରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜିନିୟର ଏ. କେ. ବିଶ୍ୱାଳ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟିବା ପରେ ଠିକା ସଂସ୍ଥାର ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଛି। ଆଳି ଓ ରାଜକନିକାବାସୀ ଏହାକୁ ବାରମ୍ବାର ବିରୋଧ କରିବେ ବୋଲି ଆବେଦନକାରୀ ବେହୁରା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀ, ଦୁଷ୍ମନ୍ତ ଆଚାର୍ଯ୍ୟ, ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଖରସ୍ରୋତାର ମଧୁର ଜଳ ସ୍ଥାନୀୟ କୃଷି ପାଇଁ ବ୍ୟବହାର ହେଉଛି। ଜିଲାର କୃଷି ପାଇଁ ଏହି ନଦୀରେ ୨ଟି ମେଗା ୱାଟର ପ୍ରୋଜେକ୍ଟ ଯୋଜନା ଥିବାବେଳେ ଏହି ପାନୀୟ ଜଳ ପ୍ରକଳ୍ପ ଅନ୍ତରାୟ ସୃଷ୍ଟି କରିବ। ଏଥିସହିତ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ନ ମିଳିଲେ ସମୁଦ୍ରର ଲୁଣା ପାଣି ଯୋଗୁ ଜୈବ ବିବିଧତା ନଷ୍ଟ ହେବ। ଏ ସମ୍ପର୍କରେ ଚଣ୍ଡିଖୋଲସ୍ଥ ଆରଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଚଣ୍ଡେଶ୍ୱର ବେହେରା କହିଛନ୍ତି, ପ୍ରକଳ୍ପ ପାଇଁ ଥିବା ସମ୍ଭାବ୍ୟ ନଦୀ ସମ୍ପର୍କରେ ବିଭାଗ ପକ୍ଷରୁ ବୈଷୟିକ ଆଲୋଚନା ହୋଇଛି। ଖରସ୍ରୋତା ଏହି ପ୍ରକଳ୍ପ ପାଇଁ ଉପଯୁକ୍ତ ଥିବା ଏନ୍‌ଜିଟିକୁ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

ବସ୍‌କୁ ଚଢ଼ିବା ସମୟରେ ଖସିପଡ଼ିଲେ ଯୁବକ

ହିଞ୍ଜିଳିକାଟୁ,୨୬ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଚାଳକମାନଙ୍କ ମନଇଛା ଗାଡ଼ି ରଖିବା ଓ ଯାତ୍ରୀ ଉଠାଇବା ପ୍ରତିଯୋଗିତା କାରଣରୁ ବୁଧବାର ଗୋଡ଼...

ମହିଳାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୬ା୩(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ଗ୍ରାମରେ ୨୦୨୩ ଜାନୁଆରୀ ୮ରେ ଜଣେ ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା...

ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶଲୁଣ୍ଡି...

ଓଲଟିଲା ଗାଡ଼ି, ଲୋକେ ନେଇଗଲେ କୁକୁଡ଼ା

ବଡ଼ଗାଁ,୨୬।୩(ଅଶୋକ ଷଡ଼ଙ୍ଗୀ)-ବଡ଼ଗାଁ ଷ୍ଟେଟବ୍ୟାଙ୍କ ନିକଟ ରାଜ୍ୟ ରାଜପଥରେ ମଙ୍ଗଳବାର ସକାଳେ ଦୁର୍ଘଟଣାରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ସାବତ ବାପା ଗିରଫ

କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଅଭିଯୁକ୍ତ ସାବତ ବାପାଙ୍କୁ ଗିରଫ କରି...

୧୩ ମାସ ହେଲା ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ: ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର,୨୬ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି ଏନେଇ ସମ୍ପୃକ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିରୋଧରେ...

କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୨୬ା୩(ଦିଲ୍ଲୀପ ସାମଲ): ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image