ଭୁବନେଶ୍ୱର,୧୭।୧: ଦେଶର ପ୍ରମୁଖ ଖାଇବା ତେଲ କମ୍ପାନୀ ଫ୍ରିଡମ୍ ଅଏଲର ଓଡ଼ିଶା ୟୁନିଟ୍ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍ ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା ପରିସରରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଞ୍ଝାରପୁର ବିଡିଓ ମିନତୀ ଜଗଦେବ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲା ପରିଷଦ ସଭ୍ୟା ସୁନୀତା ନାୟକ, ସରପଞ୍ଚ ସ୍ମୃତି ସମୀକ୍ଷା ମଲ୍ଲିକ, ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଧଳଙ୍କ ସମେତ ବରୁଣେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ବଟକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କମ୍ପାନୀର ଓଡ଼ିଶା ମୁଖ୍ୟ ଅମୀୟ କୁମାର ଧଳ କହିଛନ୍ତି, ଗ୍ରାମାଞ୍ଚଳର ଗ୍ରାହକଙ୍କୁ କମ୍ପାନୀର ଉତ୍ପାଦ ପ୍ରତି ଆକୃଷ୍ଟ କରାଇବା ପାଇଁ ବିଭିନ୍ନ ପ୍ରକାରର ଉପହାର ମଧ୍ୟ ପ୍ରତି କ୍ରୟ ଉପରେ ଦିଆଯାଉଛି ବୋଲି ଧଳ ମତପ୍ରକାଶ କରିଛନ୍ତି।