ପୁରୁଷୋତ୍ତମପୁର,୯।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଠାରେ ଋଷିକୁଲ୍ୟା ନଦୀର ତୁମ୍ବେଶ୍ବର ଘାଟରେ ହେଉଥିବା ବାରୁଣୀସ୍ନାନ ବନ୍ଦ କରାଯାଇଛି। କରୋନା କଟକଣା ନେଇ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ୧୪୪ ଧାରା ଜାରି ହୋଇଛି। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କ ସହ ପୁରୁଷୋତ୍ତମପୁର ଏସ୍ଡିପିଓ ସୀମା ସ୍ବାଇଁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ନଦୀ ଚାରିପଟୁ ସିଲ୍କରି କରାଯାଇଛି। ତୁମ୍ବେଶ୍ବର ମନ୍ଦିର ବନ୍ଦ ହୋଇଛି। ଅନୁମତି ଅନୁଯାୟୀ, କେବଳ ମହାପ୍ରଭୁଙ୍କୁ ଯାତନୀତି କାର୍ଯ୍ୟ ଭୋରୁ ଶେଷ କରାଯାଇଛି।
ସେହିପରି ପାଣ୍ଡିଆ ଓ ଜାମୁନି ନଦୀ ଘାଟରେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ କଡାକଡି କରାଯାଇଛି।