ଅଭିନେତ୍ରୀ ତଥା ବିଗ୍ବସ ବିଜେତା ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦ୍ଙ୍କର ବ୍ରେକଅପ ହୋଇଛି । ଦୁହେଁ ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । କେବଳ ଏତିକି ନୁହେଁ, ଚଳିତ ବର୍ଷ ମଧ୍ୟ ସେମାନଙ୍କର ବିବାହ କରିବା ନେଇ ଯୋଜନା କରିଥିଲେ । ହେଲେ ବର୍ତ୍ତମାନ ପରସ୍ପର ଅଲଗା ହୋଇଯାଇଛନ୍ତି। ଏନେଇ ଦିବ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ।
ଏହା ପରେ ବରୁଣ ମଧ୍ୟ ଟୁଇଟ୍ କରି ଏକ ଫଟୋ ଶେୟାର କରିଥିଲେ। ଶେୟାର ହେବା ମାତ୍ରେ ବରୁଣଙ୍କୁ ମଧ୍ୟ ଖୁବ ଟ୍ରୋଲ କରାଯାଇଥିଲା । ଏହି ସମୟରେ ତାଙ୍କ ପିତା ବିନିତ୍ ସୁଦ ଆସି ବରୁଣଙ୍କ ଟୱିଟରେ ରିଟ୍ବିଟ କରିଥିଲେ । ସେ ଲେଖିଛନ୍ତି ଯେ, ସେ ଦିବ୍ୟାଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି। ଦିବ୍ୟାଙ୍କ ପାଇଁ ତାଙ୍କର କୌଣସି ପ୍ରକାରର ଭୁଲ ଭାବନା ନାହିଁ । ଦିବ୍ୟାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। ଏବେବି କରୁଛନ୍ତି । ଦିବ୍ୟାଙ୍କୁ ନେଇ ମୋର ତାଙ୍କ ଉପରେ କୌଣସି ମୋର କୌଣସି ନକାରାତ୍ମକତା ଚିନ୍ତା ନାହିଁ । ତାଙ୍କ ପ୍ରତି ମୋର ପ୍ରେମ ଏବଂ ଯତ୍ନ ଥିଲା ଓ ସବୁବେଳେ ରହିବ।