Categories: ଖେଳ

ଷ୍ଟିମାକ୍‌ ୨ ମ୍ୟାଚରୁ ବାସନ୍ଦ

ବେଙ୍ଗାଲୁରୁ, ୧।୭(ପି.ଟି.): ରେଡ୍‌କାର୍ଡ ଅପରାଧ ପାଇଁ ଭାରତର ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରାଯାଇଛି। ଏଠାରେ ଚାଲିଥିବା ସାଫ୍‌ ଚାମ୍ପିୟନଶିପ୍‌ ଫୁଟ୍‌ବଲରେ କୁଏଟ୍‌ ବିପକ୍ଷ ୧-୧ ଡ୍ର ଶେଷ ମ୍ୟାଚରେ ମ୍ୟାଚ ଅଫିସିଆଲଙ୍କ ସହିତ ଯୁକ୍ତିତର୍କ କରିବାରୁ ତାଙ୍କୁ ରେଡ୍‌କାର୍ଡ ମିଳିଥିଲା। ତାଙ୍କୁ ୫୦୦ ଆମେରିକୀୟ ଡଲାର (୪୧,୦୦୦ ଟଙ୍କା) ଜରିମାନା ମଧ୍ୟ ହୋଇଛି। ପୂର୍ବରୁ ଜୁନ୍‌ ୨୧ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଷ୍ଟିମାକ୍‌ଙ୍କୁ ରେଡ୍‌କାର୍ଡ ହୋଇଥିଲା। ଫଳରେ ଜୁନ୍‌ ୨୪ରେ ନେପାଳ ବିପକ୍ଷ ପରବର୍ତ୍ତୀ ମ୍ୟାଚରୁ ସେ ବାସନ୍ଦ ହୋଇଥିଲେ। ବାସନ୍ଦ ଯୋଗୁ କ୍ରୋଏସିଆନ୍‌ କୋଚ୍‌ ଷ୍ଟିମାକ୍‌ଙ୍କୁ ଶନିବାର ଲେବାନନ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିବ ନାହିଁ। ଭାରତ ଯଦି ଏହି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରେ ସେଦିନ ମଧ୍ୟ ତାଙ୍କୁ ଅନୁପସ୍ଥିତ ରହିବାକୁ ପଡ଼ିବ। ସେଦିନ ସହକାରୀ କୋଚ୍‌ ମହେଶ ଗାଓ୍ବଲି ତାଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ।

Share