ବାସନ୍ଦରାରୁ ଉକୁନ୍ଦରା କେନାଲ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ

ବାଲିଆ,୫ା୮(ସ୍ବ.ପ୍ର.): ବିରିଡି ବ୍ଲକ ୨୨ ମୌଜାର ବାସନ୍ଦରା ଆରଡି ରାସ୍ତାଠାରୁ ଉକୁନ୍ଦରା ପର୍ଯ୍ୟନ୍ତ ଯାଇଥିବା କେନାଲ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ ହୋଇଯାଇଛି। ଏହାକୁ ମରାମତି କରିବା ପାଇଁ ଅର୍ଥ ମଞ୍ଜୁର କରିବାକୁ ଗ୍ରାମବାସୀ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିକଟରେ ଦାବି କରିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ରାସ୍ତାଟି ଉଭୟ ଉକୁନ୍ଦରା ଓ ବାସନ୍ଦରା ପଞ୍ଚାୟତବାସୀଙ୍କ ସବୁଦିନିଆ ରାସ୍ତା। ଏହି ବାଟ ଦେଇ ସାଧାରଣ ଜନତାଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନେ ମଧ୍ୟ ଯାତାୟାତ କରିଥାନ୍ତି। ଏବେ ରାସ୍ତା ଉପରେ ବର୍ଷା ପାଣି ଜମି ବିଭିନ୍ନ ସ୍ଥାନ ଖାଲଖମାରେ ପୂରିଯାଇଛି। ତୁରନ୍ତ ଏହି ରାସ୍ତାକୁ ସୁଦୃଢ ଓ ଦୀର୍ଘସ୍ଥାୟୀ କରିବାକୁ ପଦକ୍ଷେପ ନେବା ପାଇଁ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ଉପାଧ୍ୟକ୍ଷ ଶିବପ୍ରସାଦ ଜେନା, ସମିତି ସଭ୍ୟ ସନ୍ତୋଷ ଜେନା, ମହେଶ୍ୱତା ଜେନା, ରଞ୍ଜିତ ବିଶ୍ୱାଳ, ତ୍ରିଲୋଚନ ବେହେରା, ପ୍ରହଲ୍ଲାଦ ଜେନା, ଜ୍ଞାନରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, ଶରତ ଚନ୍ଦ୍ର ବିଶ୍ୱାଳ, ବିଭୁ ପ୍ରସାଦ ବେହେରା, ସନାତନ ଭୋଇ, ଶଙ୍କର ଚରଣ ବିଶ୍ୱାଳ, ବେଣୁଧର ଭୋଇ, ସରୋଜ ଜେନା ଓ ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share