ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆରଏସ୍ଏସ୍)ର ଅଧିକାରୀମାନଙ୍କୁ ଭେଟଛନ୍ତି। ଏଥିରେ ବୋମ୍ମାଇ ରାଜ୍ୟ ନିର୍ବାଚନ ଫଳାଫଳ ସହ ଜଡିତ ଏବଂ ଭବିଷ୍ୟତ ପାଇଁ ଦଳକୁ ପୁନର୍ବାର ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଥିବା ଜଣାପଡିଛି।
ମେ’ ୧୩ରେ କର୍ନାଟକରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆରଏସ୍ଏସ୍ର ରାଜ୍ୟ ମୁଖ୍ୟାଳୟ କେଶବ କୃପାକୁ ବୋମ୍ମାଇଙ୍କ ପ୍ରଥମ ଗସ୍ତ ଥିଲା। ଏହି ଗସ୍ତରେ ବୋମ୍ମାଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଦଳକୁ କିପରି ସଂଗଠିତ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ।