ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ସରକାର କିଛି ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ନ ଥିବାରୁ ବିମୁଖ ହୋଇ ଭୋଟ୍‌ ବର୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି ବାଲିଆପାଳ ବ୍ଲକର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀମାନେ।

ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକରେ ୮୦% ଲୋକମାନେ ମୁଖ୍ୟତଃ ଧାନ, ପାନ, ମୀନ ଚାଷ ଉପରେ ନିର୍ଭର କରନ୍ତି। ବିଶେଷ ଭାବରେ ଏହି ବ୍ଲକର ଥିବା ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତ ଚୌମୁଖ, ଡଗରା, ଅଲାଡ଼ିହା, ନୂଆଗାଁ, ବେତଗଡ଼ିଆ, ଜମ୍ଭିରାଇ, ବୋଳଂ, ସାଉଡ଼ି, ଜାମକୁଣ୍ଡା ଏହି ୯ଟି ପଞ୍ଚାୟତର ୭୦% ଲୋକ ସମୁଦ୍ରରୁ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରଙ୍କ ମତ୍ସ୍ୟ ବିଭାଗର ଏକ କାର୍ଯ୍ୟାଳୟ ରହିଛି ହେଲେ ଅଫିସର ମତ୍ସ୍ୟଜୀବୀଙ୍କୁ ସହଯୋଗ କରୁ ନ ଥିବାରୁ ମତ୍ସ୍ୟଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସବୁ ପଞ୍ଚାୟତରେ ମତ୍ସ୍ୟ ବିଭାଗ ପକ୍ଷରୁ ୬ଟି ମାଛଧରା ଅବତରଣ କେନ୍ଦ୍ର ଯଥା କଙ୍କଡ଼ାପାଳ, ଚୌମୁଖ, ଡଗରା, ଯମୁନାଶୂଳ, ହଂସକରା, କଷାଫଳ ରହିଛି। ମୁଖ୍ୟରାସ୍ତାଠାରୁ ମାଛ ଅବତରଣ କେନ୍ଦ୍ର ପର୍ଯ୍ୟନ୍ତ ସ୍ଥାୟୀ ପକ୍କା ରାସ୍ତା ନ ଥିବାରୁ ମତ୍ସ୍ୟଜୀବୀମାନେ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ଚୌମୁଖଠାରେ ଥିବା ମାଛ ଅବତରଣ କେନ୍ଦ୍ରରୁ ପ୍ରାୟ ୧ ଶହରୁ ଊଦ୍ଧର୍‌ବ ନୌକା ଯୋଗେ ପ୍ରତ୍ୟେକ ଦିନ ୨୦ କୁଇଣ୍ଟାଲ ମାଛ ଧରାଯାଇ ବିଭିନ୍ନ ଅଞ୍ଚଳକୁ ବିକ୍ରି ନିମନ୍ତେ ପଠାଯାଏ। ପରିବହନରେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି ମତ୍ସ୍ୟଜୀବୀମାନେ, ଫଳରେ ଉଚିତ୍‌ ମୂଲ୍ୟ ନ ପାଇ କ୍ଷତି ସହିବାକୁ ପଡୁଛି। ଏହି ୯ଟି ପଞ୍ଚାୟତର ଲୋକ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି। ଚୌମୁଖ ଏକ ମୁଖ୍ୟ ମାଛ ଅବତରଣ କେନ୍ଦ୍ର ହୋଇଥିବାରୁ ଏଠାରେ ମୌଳିକ ସୁବିଧା ନାହିଁ। ହାଇସ୍କୁଲ ରୋଡଠାରୁ ସମୁଦ୍ର ବେଳାଭୂମି ପ୍ରାୟ ୨ କି.ମି. ରାସ୍ତାକୁ କଂକ୍ରିଟ ଓ ପ୍ରଶସ୍ତିକରଣ, ବେଳାଭୂମିରେ ପାନୀୟଜଳ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଶୀତଳଭଣ୍ଡାର, ବରଫ କଳ, ମାଛ ଅବତରଣ ଗୃହ ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସତର୍କ ଘଣ୍ଟି ବ୍ୟବସ୍ଥା, ଦିଗ ନିର୍ଦ୍ଧାରଣ ଯନ୍ତ୍ର, ମାଛ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା, ମତ୍ସ୍ୟଜୀବୀଙ୍କ ପାଇଁ ବିଶ୍ରାମଗାର, ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ, ଭତ୍ତା ଓ ବୀମାଭୁକ୍ତ, ସାମୁଦ୍ରିକ ଥାନା, ସ୍ବାସ୍ଥ୍ୟକେନ୍ଦ୍ର ଭଳି ପ୍ରମୁଖ ମୌଳିକ ସୁବିଧା ନାହିଁ। ଏ ଦିଗରେ ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଭୋଟବର୍ଜନ ପାଇଁ ଓଡ଼ିଶା ପାରମ୍ପରିକ ମତ୍ସ୍ୟ ମହାସଂଘ ଉପସଭାପତି ନାରାୟଣ ବେହେରା, ହରିହର ରାୟ, ଅର୍ଜୁନ ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା, ସୁଶାନ୍ତ ବେହେରା, ରବୀନ୍ଦ୍ର ବେହେରା, ପ୍ରଶାନ୍ତ ଦାସ, ହରେକୃଷ୍ଣ ଜେନା, ସଞ୍ଜୟ କୁମାର ଜେନା ଓ ସୁରଥ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri