ବାସ୍କେଟବଲ୍ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍ ବଲ କଥା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ବାସ୍କେଟ ବଲ୍ ଖେଳାଯାଏ ଗଧ ପିଠିରେ ବସି। ୧୯୩୦ ମସିହାରେ ଏକ ଅବସରକାଳୀନ ଖେଳଭାବେ ଏହାର ଆରମ୍ଭ ମଧ୍ୟପଶ୍ଚିମ ଆମେରିକାରେ ହୋଇଥିଲା। ତାହା ବେଶ୍ ଲୋକପ୍ରିୟ ବି ହୋଇପାରିଥିଲା। ତେବେ ଏଭଳି ଖେଳିବା ସମୟରେ ଅନେକଥର ଗଧଗୁଡ଼ିକ ପଡ଼ି ଯାଆନ୍ତି। ଗଧମାନେ ସାଧାରଣତଃ ୬୮ କି.ଗ୍ରା. ଭାର ବହନ କରିପାରନ୍ତି। ହେଲେ ତାଙ୍କ ଉପରେ ଅଧିକ ଓଜନର ମଣିଷ ବସି ଖେଳିବାଯୋଗୁ ଗଧଗୁଡ଼ିକ ଅନେକ ଚାପ ଓ କଷ୍ଟ ସହନ୍ତି। ଅନେକ ସମୟରେ ଗଧଙ୍କୁ ଟଣାଓଟରା କରାଯାଏ, କାନ ଓ ଲାଞ୍ଜ ବି ଟଣାଯାଏ। ଏମିତିକି ମ୍ୟାଚ୍ ଚାଲିଥିବାବେଳେ ଯେମିତି ମଳତ୍ୟାଗ ନ କରନ୍ତି ତାଙ୍କୁ ଖାଇବାକୁ ମଧ୍ୟ ଦିଆଯାଏ ନାହିଁ। ଫଳରେ ପରବର୍ତ୍ତୀ ସମୟରେ ପେଟା ଏହି ଖେଳକୁ ପ୍ରାଣୀଙ୍କ ପ୍ରତି ଅତ୍ୟାଚାର କହିଥିଲା। ହେଲେ ଲୋଓ୍ବା ଅଧିବାସୀ ଏହାକୁ ଖାତିର କରି ନ ଥିଲେ। ଏହି ଖେଳ ତାଙ୍କ ସଂସ୍କୃତିର ଏକ ଅଂଶ ଓ ସେମାନେ ଏହି ଖେଳ ବଜାୟ ରଖିବେ ବୋଲି ମତ ଦେଇଥିଲେ।