ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଲେ ମୋଦି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଫାଷ୍ଟ ଲେଡି ବି ସାମିଲ

ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସର ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ, ଫାଷ୍ଟ ଲେଡି ବ୍ରିଗିଟ ମ୍ୟାକ୍ରୋ ଓ ଅତ୍ୟ ଗଣ୍ୟମାନ୍ୟ ଅତିଥି ପ୍ୟାରିସରେ ବୈଷ୍ଟିଲ ଡେ ପରେଡରେ ସାମିଲ ହୋଇଛନ୍ତି। ଏହି ପରେଡରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଶକ୍ତି ପ୍ରଦର୍ଶନ କରିଥିବା ଦେଖାଯାଇଛି। ବୈଷ୍ଟିଲ ଡେ ପରେଡକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ମ୍ୟାକ୍ରୋ କହିଛନ୍ତି, ବିଶ୍ୱ ଇତିହାସରେ ଏକ ବିଶାଳ, ଭବିଷ୍ୟତରେ ଏକ ନିର୍ଣ୍ଣାୟକ ଭୂମିକା, ରଣନୀତିକ ଭାଗୀଦାର, ଜଣେ ବନ୍ଧୁ। ୧୪ ଜୁଲାଇ ପ୍ୟାରେଡରେ ଭାରତକୁ ଆମ ସମ୍ମାନିତ ଅତିଥି ଭାବେ ସ୍ବାଗତ କରି ଆମେ ଗର୍ବିତ ।

Share