ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଧ, ମୁଡା, ଚହଳା ଆଦି ଜଳାଶୟ ଶୁଖିଗଲାଣି। ଗାଁରେ ନଳକୂଅ ଥିଲେ ବି ସେଥିରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଛି। ଏହି ପାଣିକୁ ଲୋକେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ବସୁଧା ଯୋଜନାରୁ ଲୋକେ ଉପକୃତ ହେବେ ବୋଲି ଅଶା ରଖିଥିଲେ। ହେଲେ ଓଭରହେଡ୍‌ ଟାଙ୍କି ନିର୍ମାଣ ହୋଇ ପାଇପ୍‌ ପୋତା ସରି ପ୍ରାୟ ୩ବର୍ଷ ବିତିଯାଇଥିଲେ ମଧ୍ୟ ଜଳଯୋଗାଣ ହୋଇପାରି ନାହିଁ। ଗାଁରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ସବୁ ଭାଙ୍ଗିବାକୁ ବସିଲାଣି। ଏହି ସ୍ଥିତିକୁ ଅନୁଧ୍ୟାନ କଲେ ଜିଲାରେ ବସୁଧା ଯୋଜନା ବାଟବଣା ହୋଇଥିବା କୁହାଯାଉଛି।
କେବଳ କରଙ୍ଗାଭଟା ନୁହେଁ, ଅନେକ ଗାଁରେ ପାଇପ୍‌ ପୋତା ସରିଥିଲେ ମଧ୍ୟ ପାଣି ମିଳୁନାହିଁ। କରଙ୍ଗାଭଟା ଗାଁରେ ବସ୍ତି ସମେତ ବ୍ରାହ୍ମଣପଡା, ନାଏକପଡା, କଲୋନିପଡା, ସ୍କୁଲପଡାରେ ୩ ଶହ ପରିବାର ବସବାସ କରୁଥିବାବେଳେ ୨ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ବସ୍ତି ସମେତ ୪ଟି ପଡା ପାଇଁ ୭ଟି ନଳକୂଅ ରହିଛି ା ସବୁ ନଳକୂଅରେ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି। ଏହି ପାଣିକୁ ବାଲ୍‌ଟି, ଗରାରେ ରଖିଲେ ଲାଲ ରଙ୍ଗ ହୋଇଯାଉଥିବାରୁ ଲୋକେ ଫ୍ଲୋରାଇଡ ପାଣି ବୋଲି ସନ୍ଦେହ କରୁଛନ୍ତି। ହେଲେ ଅନ୍ୟ ଉପାୟ ନ ଥିବାରୁ ଲୋକେ ବାଧ୍ୟହୋଇ ଫ୍ଲୋରାଇଡ ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ା ବସ୍ତି, ନାଏକପଡାରେ ଥିବା ନଳକୂଅକୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି ା କଲୋନିପଡା ଓ ସ୍କୁଲ ପଡାରେ ନଳକୂଅ ନାହିଁ ା ସ୍କୁଲପଡ଼ାବାସୀ ସ୍କୁଲ ନଳକୂଅ ପାଣି ବ୍ୟବହାର କରୁଛନ୍ତି ା ସ୍କୁଲ ଛୁଟି ହେଲେ ଗେଟ୍‌ରେ ତାଲା ପଡୁଥିବାରୁ ମୁଡା କିମ୍ବା ଚହଳା ଖୋଲା ପାଣି ବ୍ୟବହାର କରୁଛନ୍ତି। ଅଧିକାଂଶ ଲୋକ ନଈ ତଟରେ ଗାତକରି ପାଣି ଆଣି ବ୍ୟବହାର କରୁଛନ୍ତି। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ବହୁତ ଶୀଘ୍ର ପାଣି ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ୭ଦିନ ମଧ୍ୟରେ ସମସ୍ୟା ଦୂର ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ମାଳିକ ରାମ ରାଉତ, ରାଜେଶ୍ୱରୀ ଦୁବେ, ପଦ୍ମେ ରଣା, ଡମୁ ରାଉତ, ମହନି ରାଉତ, ସେଏବା ରାମ ନାଏକ, ଡିଲେଶ୍ୱର ଦୁବେ, ତେଜ ଦୁବେ, ସୌହାଗି ସତନାମୀ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri