Posted inଫୁରସତ

ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି ଅହିଂସା। ଅତି ପ୍ରାଚୀନ କାଳରୁ ପୃଥିବୀର ବିଭିନ୍ନ ସଭ୍ୟତା ଅହିଂସା ସମ୍ପର୍କରେ ଭଲଭାବେ ଅବଗତ ହୋଇଥିଲେ। ଅହିଂସା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଦୀର୍ଘସ୍ଥାୟୀ ବୋଲି ମଧ୍ୟ ମାନବ ସମାଜକୁ ଭଲ ଭାବେ ଜଣାଥିଲା। ଶାନ୍ତି ପ୍ରେମ ଦ୍ୱାରା ହୃଦୟକୁ ଜୟ କରି ହୋଇଥିବା ବିଜୟ ହିଁ ପ୍ରକୃତ ମାନବିକତାକୁ ପ୍ରତିପାଦିତ କରିପାରିଥାଏ। ରୋମ୍‌ରେ ପ୍ରେମ ଅହିଂସା ମଧ୍ୟରେ ଶାନ୍ତି ସ୍ଥାପନାର ବାର୍ତ୍ତା ନେଇ ତୃତୀୟ ଶତାବ୍ଦୀରେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହା ପୃଥିବୀରେ ପ୍ରସାରିତ ହୋଇଥିଲା। ସେହିପରି ବୁଦ୍ଧଦେବଙ୍କର ଅହିଂସା ବାଣୀ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରାଇ ପାରିଥିଲା। ଏଥିରୁ ସ୍ବତଃ ପ୍ରତିପାଦିତ ହୋଇଥାଏ ଯେ, ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ଭବ। ଫଳରେ ସାରା ପୃଥିବୀରେ ପରଶ୍ରୀକାତରତା, ମତଭେଦ, ଯୁଦ୍ଧ, ଆତଙ୍କବାଦ ଦୂର ହୋଇ ଗୋଟିଏ ବୃହତ୍‌ ପରିବାର ଗଠନର ପରିକଳ୍ପନା ବାସ୍ତବ ରୂପ ନେଇପାରିବ। ଏହାକୁ ହୃଦୟଙ୍ଗମ କରି ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୮୧ରେ ଶାନ୍ତି ଓ ଅହିଂସା ଦିବସ ପାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାର ଦୁଇ ଦଶନ୍ଧି ପରେ, ୨୦୦୧ରେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୧କୁ ଶାନ୍ତି ଓ ଅହିଂସା ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ସେବେଠାରୁ ପ୍ରତି ବର୍ଷ ଏହି ଦିନ ଶାନ୍ତି ଏବଂ ଅହିଂସା ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି; ଯାହାଦ୍ୱାରା ପୃଥିବୀ ଯୁଦ୍ଧଠାରୁ ଦୂରେଇ ଆସିବ ଏବଂ ବିଭିନ୍ନ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶକୁ କୁହାଯାଏ ମିନି ଇଣ୍ଡିଆ: ଜାଣନ୍ତୁ ଏ ବିଷୟରେ ରୋଚକ ତଥ୍ୟ

ପୋର୍ଟ ଲୁଇସ୍‌,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ...

ଔରଙ୍ଗଜେବଙ୍କ ସମାଧି ପାଇଁ ପ୍ରତିବର୍ଷ ଏତେ ଟଙ୍କା ଦେଉଛନ୍ତି ମୋଦି ସରକାର, ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୧୧।୩: ବର୍ତ୍ତମାନ ଦେଶରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଔରଙ୍ଗଜେବଙ୍କ ସମ୍ପର୍କିତ ପ୍ରସଙ୍ଗ ବହୁତ ଉଷ୍ମ ରହିଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏହି...

ଏମିତି ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲୀୟ YouTuber: ଭାଙ୍ଗିବା ପୂର୍ବରୁ ଲୋକେ ୧୦୦ ଥର ଭାବିବେ

ଜଣେ ଅଷ୍ଟ୍ରେଲୀୟ YouTuber ଏପରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ ଭାଙ୍ଗିବା ପୂର୍ବରୁ ଲୋକମାନେ ଶହେ ଥର ଭାବିବେ। ଲାଇଭଷ୍ଟ୍ରିମ ସମୟରେ YouTuber...

ପ୍ରେମାନନ୍ଦ ମହାରାଜଙ୍କ ଭୟଙ୍କର ଭବିଷ୍ୟବାଣୀ: କହିଲେ କଳିଯୁଗରେ କ’ଣ ଘଟିବ, ଶୁଣିଲେ ଥରିଉଠିବେ…

ନୂଆଦିଲ୍ଲୀ,୧୦।୩: ପ୍ରେମାନନ୍ଦ ଜୀ ମହାରାଜଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ଆଜିକାଲି...

୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ

ଭୋପାଳ: ମଧ୍ୟପ୍ରଦେଶର ରତ୍‌ନାମ ନିବାସୀ ଲଳିତ ପାଟିଦାର (୧୮)ଙ୍କ ନାମ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ମୁହଁରେ ସବୁଠାରୁ ଅଧିକ କେଶ ଥିବା...

ସବୁଠୁ ଡ଼େଙ୍ଗା ବାସ୍କେଟବଲ ଖେଳାଳି

ଉତ୍ତର ପ୍ରଦେଶ କାନପୁରରେ ପୁନମ ଚତୁର୍ବେଦୀଙ୍କର ଜନ୍ମ। ହାଇସ୍କୁଲରେ ପଢ଼ିବାବେଳକୁ ତାଙ୍କର ଉଚ୍ଚତା ଅସ୍ବାଭାବିକଭାବେ ବଢ଼ି ଛଅଫୁଟ ହୋଇ ସାରିଥିଲା। ଫଳରେ ସେ ଭିଡ଼ ଭିତରୁ...

ନିଆରା ରଙ୍ଗୋଲି

ହିନ୍ଦୁଧର୍ମରେ ରଙ୍ଗୋଲିର ମହତ୍ତ୍ୱ ବହୁତ ରହିଛି। ଖାସ୍‌କରି ପର୍ବ ପର୍ବାଣିରେ ରଙ୍ଗୋଲି କରିବା ଶୁଭ ମନେକରାଯାଏ। ଏହାଦ୍ୱାରା ଦେବୀ ଦେବତା ପ୍ରସନ୍ନ ହେବା ସହ ଘରେ...

ମିନି ଚେୟାର୍‌ର ଦୁନିଆ

ଛୋଟ ପିଲା ଖାସ୍‌କରି କୁନି ଝିଅମାନେ ଖେଳଣା କଡେଇ, ଡେକ୍‌ଚି, ଘରର ବିଭିନ୍ନ ଆସବାବପତ୍ର ଯେମିତି କି, ଚେୟାର, ଟେବୁଲ, ଖଟ ଆଦି ଧରି ଖେଳିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri