Categories: ଜାତୀୟ

କୁପଓ୍ବାରାରେ ବାଟ୍‌ ଆକ୍ରମଣ ଉଦ୍ୟମ ପଣ୍ଡ: ଜୀବନ ବିକଳରେ ଦୌଡ଼ିଲେ ପାକିସ୍ତାନୀ କମାଣ୍ଡର-ଆତଙ୍କବାଦୀ

ଶ୍ରୀନଗର, ୧୫।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସୈନ୍ୟ ବାହିନୀର ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌)ର ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦିଆଯାଇଛି। କୁପଓ୍ବାରା ଜିଲାର ତଙ୍ଗଧାର ସେକ୍ଟରରେ ପାକିସ୍ତାନୀ କମାଣ୍ଡରଙ୍କ ସହିତ ଆତଙ୍କବାଦୀମାନେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ୍‌ ଆଡ଼କୁ ଆସୁଥିଲେ। ଏସମ୍ପର୍କରେ ସର୍ଭେଲାନ୍ସ୍‌ ସିଷ୍ଟମ୍‌ରୁ ଜଣାପଡ଼ିବା ପରେ ଭାରତୀୟ ଯବାନମାନେ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଜୀବନ ବିକଳରେ ପାକିସ୍ତାନୀ କମାଣ୍ଡର ଏବଂ ଆତଙ୍କବାଦୀମାନେ ଦୌଡ଼ିବାକୁ ଆରମ୍ଭ କରିଥିଲେ। ସେମାନେ ଭୟରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ତଙ୍ଗଧାର ସେକ୍ଟରରେ ପାଟ୍ରୋଲିଂଙ୍କୁ କଡ଼ାକଡ଼ି କରାଯାଇଛି।

Share